ପୁଲିସ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କଲେ ଅଭୟ
ପୁଲିସ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କଲେ ଅଭୟ
admin
Dec 9, 2019 - 11:25
Updated: Dec 9, 2019 - 11:25
କଟକ- କଟକ ପୁଲିସ ମୁଖ୍ୟାଳୟରେ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଭୟ । ବର୍ତ୍ତମାନର ପରିସ୍ଥିତି ଓଡିଶାରେ ଜଟିଳ ରହିଥିବା ବେଳେ ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ଅସଦାଚରଣ ବେଳକୁ ବେଳ ବଢିବାରେ ଲାଗିଛି । ନୂଆ ଡିଜିଙ୍କ ପାଇଁ ମାଓବାଦୀ ମୁକାବିଲ ଓ ଅପରାଧ ନିୟନ୍ତ୍ରଣ ଏହା ବଡ ଚ୍ୟଲେଞ୍ଜ । ଏହି ଅବସରରେ ସେ ରାଜ୍ୟ ପୁଲିସ ପାଇଁ ଷଷ୍ଠସୂତ୍ରୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଛନ୍ତି।
ଡିଜିପି ଅଭୟ କହିଛନ୍ତି-“ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ସଂଗଠିତ କରାଯିବ। ଅଭିଯୋଗକାରୀଙ୍କ ପ୍ରତି ଭଲ ବ୍ୟବହାର ଓ ଅଭିଯୋଗକୁ ଗୁରୁତ୍ୱ ଦିଆଯିବ। 5Tକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯିବ। ମହିଳା ବିରୋଧୀ ହିଂସାକୁ ଶୀଘ୍ର ନିୟନ୍ତ୍ରଣ କରାଯିବ। ନକ୍ସଲ ମୁକାବିଲାରେ ବହୁତ ଉନ୍ନତି ହୋଇଛି। ଆଗକୁ ଆହୁରି ଉନ୍ନତି କରାଯିବ। ମାଫିଆରାଜ୍ ଦମନ ଉପରେ ପୂରା ଫୋକସ୍ କରାଯିବ। ପୁଲିସ ତଦନ୍ତକୁ ଅଧିକ ଫଳପ୍ରସୂ କରିବା ଉପରେ ଗୁରୁତ୍ୱ ଦିଆଯିବ।” ପୂର୍ବରୁ ଡିଜିପି ଦାୟିତ୍ୱରେ ଥିବା ଅଗ୍ନିଶମ ଡି.ଜି ବିକେ ଶର୍ମାଙ୍କୁ ଦାୟିତ୍ୱରୁ ଓଡ଼ିଶା ସରକାର ଅବ୍ୟାହତି ଦେବା ପରେ ୧୯୮୬ ବ୍ୟାଚ୍ର ଆଇପିଏସ୍ ଅଭୟ ନୂଆ ଡିଜିପି ଭାବେ ନିଯୁକ୍ତ ହୋଇଛନ୍ତି।