ପୁରୀ ଘାଟ ଥାନାରେ ବର୍ଷାଙ୍କ ଏତଲା

ପୁରୀ ଘାଟ ଥାନାରେ ବର୍ଷାଙ୍କ ଏତଲା

ପୁରୀ ଘାଟ ଥାନାରେ ବର୍ଷାଙ୍କ ଏତଲା
ଭୁବନେଶ୍ୱର:କଟକ ପୁରୀ ଘାଟ ଥାନାରେ ବର୍ଷା ପି୍ରୟଦର୍ଶନୀ ଏତଲା ଦେଇଛନ୍ତି । ଦୁଇ ଦିନ ତଳେ ଭାଇରାଲ ହୋଇଥିବା ଭିଡିଓ ପ୍ରସଙ୍ଗକୁ ନେଇ ଥାନାରେ ଏତଲା ଦେଇଛନ୍ତି । ଭିଡିଓ ଯୋଗୁଁ ସମ୍ମାନରେ ଆ ଆସିଥିବା ସେ ଅଭିଯୋଗ କରିଛନ୍ତି । ବିଳମ୍ବିତ ରାତିରେ ବର୍ଷା ଏତଲା ଦେଇଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ମାମଲାର ଚର୍ଚ୍ଚାକୁ ପୁଣି ଏକ ଖୋରାକ ମିଳିଛି। ବର୍ଷାଙ୍କ ବେଡ୍ ରୁମ୍ ପାଖରେ ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିତର୍କର ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଅନୁଭବ ରୁମ୍ ଭିତରକୁ ଯିବାକୁ ଅନୁମତି ମାଗୁଥିବା ଦେଖା ଯାଇଥିବା ବେଳେ ବର୍ତ୍ତମାନ ମାମଲା କୋର୍ଟରେ ଥିବାରୁ ବର୍ଷା ତାଙ୍କୁ ବାରଣ କରୁଥିବା ଦେଖିବାକୁ ମିଳିଛି।