ପୁରୀରେ ଏୟାରପୋର୍ଟ ପାଇଁ ନବୀନଙ୍କ ଚିଠି
ପୁରୀରେ ଏୟାରପୋର୍ଟ ପାଇଁ ନବୀନଙ୍କ ଚିଠି
admin
Jan 1, 2021 - 07:34
Updated: Jan 1, 2021 - 07:34
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ତେବେ କୌଣସି ନୂଆ ବର୍ଷ ବାର୍ତ୍ତା କି ଶୁଭେଚ୍ଛା ଜଣାଇବା ପାଇଁ ନୁହେଁ, ଏକ ଦାବି ନେଇ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି । ଆଉ ଦାବି ହେଉଛି ବିମାନ ବନ୍ଦର ପ୍ରତିଷ୍ଠା । ସେ ପୁଣି ପୁରୀ ଠାରେ ।
ପ୍ରକାଶ ଯେ, ପୁରୀରେ ଏକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ନବୀନ ଆଜି ମୋଦୀଙ୍କୁ ଚିଠି ଲେଖିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ନାମରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ନବୀନ ଏହି ଚିଠି ଲେଖିଛନ୍ତି । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ପୁରୀ ଠାରେ ଏକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ନବୀନ ଦାବି କରିଛନ୍ତି । ପୁରୀ ଓ ଏହାର ଆଖପାଖ ପର୍ଯ୍ୟଟନ କ୍ଷେତ୍ର ଦୃଷ୍ଟିରୁ ଏକ ବିମାନବନ୍ଦର ପାଇଁ ନବୀନ ଦାବି କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ବିମାନବନ୍ଦର ପାଇଁ ଜମି ଚିହ୍ନଟ କରିଥିବା ନବୀନ ଉକ୍ତ ଚିଠିରେ ଦର୍ଶାଇବା ସହ ବିମାନବନ୍ଦର ପାଇଁ ରାଜ୍ୟ ସମସ୍ତ ପ୍ରକାର ସହଯୋଗ ଦେବ ବୋଲି ନବୀନ ଉଲ୍ଲେଖ କରିଛନ୍ତି ।