ପୁନର୍ବାର ରାଜ୍ୟସଭା ଉପ ସଭାପତି ନିର୍ବାଚିତ ହେଲେ ହରିବଂଶ

ପୁନର୍ବାର ରାଜ୍ୟସଭା ଉପ ସଭାପତି ନିର୍ବାଚିତ ହେଲେ ହରିବଂଶ

ପୁନର୍ବାର ରାଜ୍ୟସଭା ଉପ ସଭାପତି ନିର୍ବାଚିତ ହେଲେ ହରିବଂଶ
ନୂଆଦିଲ୍ଲୀ : ପୁନର୍ବାର ରାଜ୍ୟସଭାର ଉପ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ଜେଡିୟୁ ନେତା ହରିବଂଶ ନାରାୟଣ ସିଂ । ଉପ ସଭାପତି ପଦବ ପାଇଁ ହରିବଂଶ ଏନଡିଏର ପ୍ରାର୍ଥୀ ହୋଇଥିବା ବେଳେ ୟୁପିଏ ପକ୍ଷରୁ ଆଜେଡିର ମନୋଜ ଝା ପ୍ରାର୍ଥୀ ହୋଇଥିଲେ । ସଂସଦର ଉଚ୍ଚତମ ସଦନରେ ଅନୁଷ୍ଠିତ ଉପସଭାପତି ନିର୍ବାଚନରେ ହରିବଂଶ ନିର୍ବାଚିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ହରିବଂଶ ଜୀ ଜଣେ ଚମକ୍ରାର ନେତା ଏବଂ ସମସ୍ତ ସଦସ୍ୟ ତାଙ୍କୁ ସମ୍ମାନ କରନ୍ତି । ହରିବଂଶ ନିଜ ଦାୟିତ୍ୱ ଆଗାମୀ ଦିନରେ ସଠିକ ଭାବରେ ପରିଚାଳନା କରିବେ ବୋଲି ମୋଦି କହିଛନ୍ତି । ସୁରୁଖୁରୁରେ ଗୃହ ପରିଚାଳନା କରିବାରେ ହରିବଂଶଙ୍କ ଦକ୍ଷତା ଅନନ୍ୟ ବୋଲି ମୋଦି କହିଛନ୍ତି । ଏହି ନିର୍ବାଚନରେ ବିଜୁ ଜନତା ଦଳ ହରିବଂଶଙ୍କ ପ୍ରତି ନିଜର ସମର୍ଥନ ଜାହିର କରିଥିଲା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନ ପଟ୍ଟନାୟକଙ୍କ ସହିତ ଦୁଇଥର ଫୋନରେ କଥା ହେବା ପରେ ହରିବଂଶଙ୍କ ପ୍ରତି ନିଜର ସମର୍ଥନ ଜାହିର କରିଥିଲା ବିଜେଡି ।