ପୁଣି ବାତ୍ୟା ଆଶଙ୍କା!
ପୁଣି ବାତ୍ୟା ଆଶଙ୍କା!
ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସୃଷ୍ଟି ହୋଇଛି ବାତ୍ୟା ଆଶଙ୍କା। ଅସହ୍ୟ ଗରମରେ ହନ୍ତସନ୍ତ ହେଉଛନ୍ତି ଜନଜୀବନ। ସକାଳ ୮ରୁ ବାଘ ଭଳିଆ ମାଡି ଆସୁଛି ଖରା। ଖରାର ମାତ୍ରା ବଢିବାରୁ ରାସ୍ତାଘାଟ ଚାରିଆଡ ଖାଁ ଖାଁ । ଏତେମାତ୍ରାରେ ଗରମ ହେଉଛି ଯେ ନା ଘରେ ରହିହେଉଛି ନା ବାହାରକୁ ବାହାରି ହେଉଛି ।
ଗ୍ରୀଷ୍ମ ପ୍ରବାହରେ କଲବଲ ଓଡିଶା ପାଇଁ ଆସୁଛି କି ବାତ୍ୟା ଭୟ? ମେ ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସାମ୍ଭାବ୍ୟ ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ହେଲେ ବାତ୍ୟା ହେବକି ନାହିଁ, ସେ ନେଇ ଏଯାଏ ସ୍ପଷ୍ଟ ଚିତ୍ର ଆସିନାହିଁ । ପାଣିପାଗ ବିଭାଗର ସୂଚନା ଅନୁସାରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ମେ’ ୫ ବେଳକୁ ଲଘୁଚାପରେ ପରିଣତ ହୋଇପାରେ । ୬ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ବାତ୍ୟାର ରୂପ ନେବ କି ନାହିଁ ସେନେଇ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି ।
ଲଘୁଚାପ ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହେବା ନେଇ ଅଧିକାଂଶ ମଡେଲ୍ ଦର୍ଶାଉଛି । ଏପରିକି ବାତ୍ୟାର ଗତିପଥ ଓଡ଼ିଶା-ପଶ୍ଚିମବଙ୍ଗ ଦର୍ଶାଯାଉଥିବା ଜଣାପଡ଼ିଛି । ଆସନ୍ତା ୨ରୁ ୩ ଦିନ ଭିତରେ ଏହାର ଚିତ୍ର ସଂପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇଯିବ ବୋଲି ସୂଚନା ମିଳିଛି ।




admin 