ପୁଣି ଥରେ ସଚିନ ତେନ୍ଦୁଲକର ବନାମ ଲାରା ହେବେ ମୁହାଁମୁହିଁ

ପୁଣି ଥରେ ସଚିନ ତେନ୍ଦୁଲକର ବନାମ ଲାରା ହେବେ ମୁହାଁମୁହିଁ

ପୁଣି ଥରେ ସଚିନ ତେନ୍ଦୁଲକର ବନାମ ଲାରା ହେବେ ମୁହାଁମୁହିଁ
ମୁମ୍ବାଇ: ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଓ ବିଶ୍ୱ କ୍ରିକେଟର ଦୁଇ ମହାନ ତାରକା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା ପୁଣି ଥରେ ମୁହାଁମୁହିଁ ହେବେ । ସଡ଼କ ସୁରକ୍ଷା ଲାଗି ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଉଭୟ ଆସନ୍ତା ମାର୍ଚ୍ଚ ୭ ତାରିଖରେ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଏକ ପ୍ରଦର୍ଶନୀ ଟ୍ୱେଣ୍ଟି ୨୦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତାରେ ମୋଟ ୧୧ ମ୍ୟାଚ ଖେଳାଯିବ । ତେନ୍ଦୁଲକର ଓ ଲାରାଙ୍କ ବ୍ୟତୀତ ଏଥିରେ ବିରେନ୍ଦ୍ର ସେହବାଗ, ଯୁବରାଜ ସିଂହ, ଜାହିର ଖାନ, ଶିବନାରାୟଣ ଚନ୍ଦରପଲ, ବ୍ରେଟ ଲି, ବ୍ରାଡ ହଜ, ଜଣ୍ଟି ରୋଡସ, ମୁଥିଆ ମୁରଲିଧରନ, ତିଳକରତ୍ନେ ଦିଲସାନ ଓ ଅଜନ୍ତା ମେଣ୍ଡିସଙ୍କ ଭଳି ଖେଳାଳି ଅଂଶଗ୍ରହଣ କରିବେ । ପ୍ରତିଯୋଗିତାର ଦୁଇଟି ମ୍ୟାଚ ୱାଙ୍ଖଡେ, ଚାରିଟି ପୁନେରେ ଥିବା ଏମସିଏ ପଡିଆ ଚାରିଟି ନଭି ମୁମ୍ବାରେ ଥିବା ତିୱାଇ ପାଟିଲ ଷ୍ଟାଡିୟମ ଏବଂ ଫାଇନାଲ ମ୍ୟାଚ ବ୍ରାବର୍ଣ୍ଣ ଷ୍ଠାଡିୟମରେ ଖେଳାଯିବ । ଏଥିରେ ତେନ୍ଦୁଲକର ଇଣ୍ଡିଆ ଲିଜେଣ୍ଡସ ଓ ଲାରା ୱେଷ୍ଟଇଣ୍ଡିଜ ଲିଜେଣ୍ଡସ ଦଳର ନେତୃତ୍ୱ ନେଇ ପରସ୍ପର ବିପକ୍ଷରେ ଖେଳିବେ । ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ପ୍ରତିଯୋଗିତାର କମିସନର ଥିଲା ବେଳେ ମ୍ୟାଚ ରାତି ୭ଟାରୁ ଆରମ୍ଭ ହେବ । ଭାରତ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକାର ବହୁ କିମ୍ବଦନ୍ତୀ ଖେଳାଳି ଏଥିରେ ଭାଗ ନେବେ ।