ପୁଣି ଚାଷୀ ଆତ୍ମହତ୍ୟା !

ପୁଣି ଚାଷୀ ଆତ୍ମହତ୍ୟା !

ପୁଣି ଚାଷୀ ଆତ୍ମହତ୍ୟା !
ବରଗଡ:ଦେଶରେ ଦିନକୁ ଦିନ ଚାଷୀ ଆତ୍ମହତ୍ୟା ବଢି ଚାଲିଛି । କୋଉ ଚାଷୀ ଋଣ ବୋଛ ଶୁଝି ନପାରିବାରୁ ଆତ୍ମହତ୍ୟା କରୁଛି ଏବଂ କୋଉ ଚାଷୀ ଫସଲ ହାନି ଯୋଗୁଁ ଆତ୍ମହତ୍ୟା କରୁଛି । ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତ ରାତିରେ ପୋଡାମୁଡା ଗାଁର ଚାଷୀ ବୈଷ୍ଣବ ଭୋଇ ପିଇଦେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବରଗଡ ମେଡିକାଲରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି । ମରୁଡି ଆଶଙ୍କା ଏବଂ ଋଣ ଶୁଝିବା ଚିନ୍ତାରେ ଥିଲେ । ଫସଲ ହାନି ଆଶଙ୍କାରେ ବିଷ ପିଇଥିବା ମୃତକଙ୍କ ବାପା ଅଭିଯୋଗ କରିଛନ୍ତି ।