ପୁଣି ଗୁଡ଼ି ସାଜିଲା କାଳ, ସଂଘର୍ଷରେ ବାପ, ପୁଅ ଗୁରୁତର

ପୁଣି ଗୁଡ଼ି ସାଜିଲା କାଳ, ସଂଘର୍ଷରେ ବାପ, ପୁଅ ଗୁରୁତର

ପୁଣି ଗୁଡ଼ି ସାଜିଲା କାଳ, ସଂଘର୍ଷରେ ବାପ, ପୁଅ ଗୁରୁତର

ଭୁବନେଶ୍ୱର: ଗାଡ଼ୁ ସାଜୁଛି କାଳ। ଗୁଡ଼ି ଉଡ଼ାଇବାକୁ ନେଇ ସଂଘର୍ଷ ଚାଲିଛି କେତେବେଳେ ମଞ୍ଜାସୂତା ଦ୍ୱାରା କାହାର ହୃଦୟ ବିଦାରକ ମୃତୁ୍ୟ ତ କେତେବେଳେ ସୃଷ୍ଟି ହୋଇଛି ବିବାଦ । ଏହି ଗୁଡ଼ି ଉଡ଼ାଇବାକୁ କେନ୍ଦ୍ରକରି ରକ୍ତ ସଂଘର୍ଷ ହୋଇଛି।  ଆକ୍ରମଣରେ ଦୁଇ ପୁଅ ସମେତ ବାପା ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି ।

ସୂଚନା ଅନୁଯାଇ ବାଲେଶ୍ୱର ବଟେଶ୍ୱର ଅଞ୍ଚଳର ଅନିଲ ସାହାଙ୍କ ଦୁଇ ପୁଅ ଘର ଛାତ ଉପରେ ଗୁଡ଼ି ଉଡ଼ାଉଥିବା ବେଳେ ସେଠାରେ ଅନ୍ୟ କିଛି ଯୁବକ ମଧ୍ୟ ଗୁଡ଼ି ଉଡ଼ାଉଥିଲେ । ତେବେ ଏହି ଗୁଡ଼ି ଉଡ଼ାଇବା ସମୟରେ ସୂତା କଟାକଟି ହେବା ଦ୍ୱାରା ସେଠାରେ ଏକ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହୋଇଥିଲା ଯଦ୍ୱାରା ଦୁଇ ଗୋଷ୍ଠୀ ଭିତରେ ଆକ୍ରମଣ ହୋଇଥିବା ଜାଣିବାକୁ ମିଳିଛି । ଅନୀଲ ସାହା ଓ ତାଙ୍କ ସହ ତାଙ୍କ ଦୁଇ ପୁଅ ଆଦିତ୍ୟ ସାହା ଓ ସୁନିଲ ସାହା ଆକ୍ରମଣରେ ରକ୍ତାକ୍ତ ହୋଇ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।