ପୁଣି ଆସୁଛନ୍ତି ସୋନାଲି

ପୁଣି ଆସୁଛନ୍ତି ସୋନାଲି

ପୁଣି ଆସୁଛନ୍ତି ସୋନାଲି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ଖୁବଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଫେରୁଛନ୍ତି। ଅନେକ ଦିନ ବ୍ୟବଧାନ ପରେ ବଡ ପରଦାକୁ ଫେରୁଛନ୍ତି ସୋନାଲୀ। ସୋନାଲୀ ୱେବ୍ ସିରିଜ ଦ ବ୍ରୋକନ ନ୍ୟୁଜ ଜରିଆରେ ଆକ୍ଟିଂ ଦୁନିଆକୁ ଫେରୁଛନ୍ତି। ଏହି ସିରିଜର ଟିଜର ରିଲିଜ ହୋଇଛି। ଯେଉଁଥିରେ ସୋନାଲୀ ଜଣେ ନ୍ୟୁଜ ଆଙ୍କର ଭାବେ ନଜର ଆସିଛନ୍ତି। ୱେବ୍ ସିରିଜ ଦ ବ୍ରୋକନ ନ୍ୟୁଜ ଓଟିଟି ପ୍ଲାଟଫର୍ମରେ ଜି ୫ରେ ରିଲିଜ ହେବ। ଟିଜର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ସୋନାଲୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୱେବ୍ ସିରିଜର ଟିଜର ସେୟାର କରିଛନ୍ତି। ଟିଜରରେ ସୋନାଲୀଙ୍କ ସହିତ ଜୟଦୀପ ଅହଲାଓ୍ଵତ ଏବଂ ଶ୍ରେୟା ପିଲଗାଁଓ୍ଵଙ୍କର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ୱେବ୍ ସିରିଜରେ ଦ ବ୍ରୋକନ ନ୍ୟୁଜ ଟିଜରରେ ନ୍ୟୁଜ ରୁମ୍‌ର ଝଲକ ଦେଖିବାକୁ ମିଳିଛି। ଯେଉଁଥିରେ ଜୟଦୀପ ଅହଲାଓ୍ଵତ ଏବଂ ସୋନାଲୀ ବେନ୍ଦ୍ରେ ନିଜ ଭୂମିକା ବିଷୟରେ କହୁଛନ୍ତି।

ଟିଜର ମୁତାବକ ୱେବ୍ ସିରିଜ ଦ ବ୍ରୋକନ ନ୍ୟୁଜରେ ଜୟଦୀପ ଅହଲାଓ୍ଵତ, ଦୀପାଙ୍କର ସନ୍ୟାଲ ଏବଂ ସୋନାଲୀ ବେନ୍ଦ୍ରେ, ମୀନା କୁରେଶୀ ଭୂମିକାରେ ନଜର ଆସିବେ। ଟିଜରରେ ଶ୍ରେୟା ପିଲଙ୍ଗାଓ୍ଵକରର ଝଲକ ଦେଖିବାକୁ ମିଳିଛି। ଟିଜର ଦେଖି ସୋନାଲୀ ବେନ୍ଦ୍ରେଙ୍କ ୱେବ୍ ସିରିଜ କ୍ରାଇମ ଓ ଥ୍ରୀଲରରେ ଭରପୁର ହେବ ବୋଲି ଜଣାପଡିଛି। ସିରିଜର ଟିଜର ଇନଷ୍ଟାଗ୍ରାମରେ ସେୟାର କରି ଅଭିନେତ୍ରୀ କ୍ୟାପସନ ଦେଇ ଲେଖିଛନ୍ତି।

ସୋନାଲୀ ବେନ୍ଦ୍ରେ ଅନେକ ଦିନରୁ ଆକ୍ଟିଂ କରୁନଥିଲେ। ଏବେ ଇଣ୍ଡଷ୍ଟ୍ରୀକୁ କମ୍‌ବ୍ୟାକ୍‌ କରିଥିବାରୁ ଫ୍ୟାନ୍ସ ବେଶ୍‌ ଖୁସି ରହିଛନ୍ତି। ସୋନାଲୀ ଶେଷ ଥର ପାଇଁ ୨୦୧୩ରେ ଆସିଥିବା ଫିଲ୍ମ 'ଓ୍ଵାନ୍ସ ଅପନ ଟାଇମ ଇନ ମୁମ୍ବାଇ ଦୋବାରା’ରେ ନଜର ଆସିଥିଲେ। ଏହି ଫିଲ୍ମରେ କେମିଓ କରିଥିଲେ ସୋନାଲି।