ପୁଣି ଆଜି ରାଜ୍ୟରେ ୭ ହଜାର ଡେଇଁଲା
ପୁଣି ଆଜି ରାଜ୍ୟରେ ୭ ହଜାର ଡେଇଁଲା
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତକାଲି ରାଜ୍ୟରେ ୫ହଜାର ଉପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରେ ୭ହଜାର ୪୨୬କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୩୦୬ଜଣ ରହିଥିବାବେଳେ ୩୧୨୦ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୮୬୭ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୧ହଜାର ୯୫୯ , ଅନୁଗୁଳରୁ ୧୦୯, କଟକରୁ ୫୪୮, ବାଲେଶ୍ୱରରୁ ୪୯୬, ବରଗଡରୁ ୧୩୪, ଭଦ୍ରକରୁ ୧୦୦, ବଲାଙ୍ଗୀରରୁ ୨୦୭, ବୌଦ୍ଧରୁ ୯୮, ଦେବଗଡରୁ ୨୫, ଢେଙ୍କାନାଳରୁ ୩୭, ଗଜପତିରୁ ୯୯, ଗଞ୍ଜାମରୁ ୩୪, ଜଗତସିଂହପୁରରୁ ୧୨୯, ଯାଜପୁରରୁ ୧୫୨, ଝାରସୁଗୁଡାରୁ ୪୫, କଳାହାଣ୍ଡିରୁ ୧୮୮, କନ୍ଧମାଳରୁ ୧୨୩, କେନ୍ଦ୍ରାପଡାରୁ ୮୪, କେନ୍ଦୁଝରରୁ ୧୩୬, କେରାପୁଟରୁ ୧୫୯, ମାଲକାନାଗିରିରୁ ୬୭, ମୟୂରଭଞ୍ଜରୁ ୧୬୬, ନବରଙ୍ଗପୁରରୁ ୧୧୭, ନୟାଗଡରୁ ୨୪୫, ନୂଆପଡାରୁ ୧୯୧, ପୁରୀରୁ ୧୦୬, ରାୟଗଡାରୁ ୨୩୧, ସମ୍ବଲପୁରରୁ ୧୬୦, ସୋନପୁରରୁ ୨୧୨, ସୁନ୍ଦରଗଡରୁ ୭୭୮, ରାଜ୍ୟପୁଲରୁ ୩୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୨୫ହଜାର ୨୬୮କୁ ବୃଦ୍ଧି ପାଇଛି ।




admin 