ପୁଅ କାନ୍ଦିଲା ବୋଲି ପତ୍ନୀର ମନ୍ଦିର କଲେ ସ୍ୱାମୀ

ପୁଅ କାନ୍ଦିଲା ବୋଲି ପତ୍ନୀର ମନ୍ଦିର କଲେ ସ୍ୱାମୀ

ପୁଅ କାନ୍ଦିଲା ବୋଲି ପତ୍ନୀର ମନ୍ଦିର କଲେ ସ୍ୱାମୀ

ଶାଜାପୁର : ଏହି ଖବରଟି ନିଶ୍ଚିତ ଭାବେ ସମସ୍ତଙ୍କୁ ଚକିତ କରିଦେବ  । କାହିଁକିନା ଆମେ ସମସ୍ତେ ଭଗବାନ କିମ୍ବା ସାଧୁସନ୍ଥ ଅବା କୌଣସି ଉତୁଙ୍ଗ ବ୍ୟକ୍ତିତ୍ୱଙ୍କର ମନ୍ଦିର ହୋଇଥିବା କଥା ଶୁଣିଛେ  । କିନ୍ତୁ ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କର ଏକ ମନ୍ଦିର କରିଛନ୍ତି  । ଅର୍ଥାତ ସେହି ମନ୍ଦିରରେ ତାଙ୍କର ପତ୍ନୀ ହିଁ ପୂଜା ପାଉଛନ୍ତି  । ଅବଶ୍ୟ ଏଭଳି ମନ୍ଦିର ପଛରେ ତାଙ୍କ ପୁଅର ହାତ ରହିଛି  । ତାଙ୍କ ପୁଅ ମା’ଙ୍କୁ ସବୁବେଳେ ଝୁରି ହେବାରୁ ସେ ଏଭଳି ମନ୍ଦିର କରି ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି  ।

ମଧ୍ୟପ୍ରଦେଶର ଶାଜାପୁର ଠାରୁ ୩ କିମି ଦୂରରେ ଥିବା ସାଁପଖେଡା ଗ୍ରାମର ଏହି ମନ୍ଦିର ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି  । କରୋନାର ଦ୍ୱିତୀୟ ଲହରରେ ଏହି ଗାଁର ନାରାୟଣ ସିଂହ ରାଠୋଡଙ୍କ ପନବୀ ଗୀତାବାଈଙ୍କର ପରଲୋକ ହୋଇଥିଲା  । ସେ ସର୍ବଦା ଧାର୍ମିକ ଉତ୍ସବରେ ଯୋଗ ଦେଉଥିବାରୁ କରୋନାରେ ସଂକ୍ରମିତ ହୋଇଥିଲେ  । ପ୍ରତିଦିନ ସେ ଭଜନ କୀର୍ତନ କରୁଥିଲେ  । ତେବେ କରୋନାରେ ସଂକ୍ରମିତ ହେବା ପରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ୱେ ସେ ବଂଚିପାରିନଥିଲେ  । ଅପରପକ୍ଷରେ ମା’ଙ୍କ ମୃତ୍ୟୁ ପରେ ପରେ ପୁଅ ସବୁଦିନ ଝୁରି ହେଲା  । ତେଣୁ ନାରାୟଣ ସିଂ ନିଜ ପତ୍ନୀଙ୍କର ମନ୍ଦିର କରିବାକୁ ବାଧ୍ୟ ହୋଇଥିଲେ  ।