ପୁଅକୁ ନକଲି ଏମଡି ସଜାଇଥିବା ମାନିଲେ ଅଭୟକାନ୍ତ

ପୁଅକୁ ନକଲି ଏମଡି ସଜାଇଥିବା ମାନିଲେ ଅଭୟକାନ୍ତ

ପୁଅକୁ ନକଲି ଏମଡି ସଜାଇଥିବା ମାନିଲେ ଅଭୟକାନ୍ତ
ଭୁବନେଶ୍ୱର: ଚାର୍ଟର ବିମାନ ଉଡ଼ା ଠକେଇ ମାମଲାରେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଜେରା ବେଳେ ନିଜ ଦୋଷ ମାନିଛନ୍ତି । ସ୍କାଏ କିଙ୍ଗ ଟ୍ରାଭେଲ ଏଜେନ୍ସି ସହ ପୁଅ ଆକାଶ ପାଠକଙ୍କୁ ଟାଟା ମୋର୍ଟସର ଏମଡି କହି ପରିଚୟ କରାଇଥିଲେ । କମିସନରେଟ ପୁଲିସ ଜେରା ବେଳେ ଅଭୟକାନ୍ତ ଏ କଥା ସ୍ୱୀକାର କରିଥିବା ଜଣେ ଅଧିକାରୀ କହିଛନ୍ତି । ସ୍କାଏ କିଙ୍ଗ କମ୍ପାନୀକୁ ଧମକଚମକ ଦେଇ ଯେଉଁ ଅଭିଯୋଗ ଆସିଥିଲା ସେ ନେଇ ମଧ୍ୟ ତଦନ୍ତକାରୀ ଟିମ ଜେରା କରିଛନ୍ତି । ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଏହା ପରେ ପୁଣି ଜେଲକୁ ଫେରିବେ ଅଭୟକାନ୍ତ । ସୂଚନା ଯୋଗ୍ୟ ଠକେଇ ମାମଲାରେ ଅଭୟକାନ୍ତଙ୍କୁ ଦୁଇଦିନିଆ ରିମାଣ୍ଡରେ ଆଣିଥିଲା ଖାରବେଳ ନଗର ଥାନା ପୁଲିସ ।