ପିପିଲି ଉପନିର୍ବାଚନ : ଆଜି ବିଜେଡି ଓ କଂଗ୍ରେସର ନାମାଙ୍କନ

ପିପିଲି ଉପନିର୍ବାଚନ : ଆଜି ବିଜେଡି ଓ କଂଗ୍ରେସର ନାମାଙ୍କନ

ପିପିଲି ଉପନିର୍ବାଚନ : ଆଜି ବିଜେଡି ଓ କଂଗ୍ରେସର ନାମାଙ୍କନ
ଭୁବନେଶ୍ୱର: ପୁରୀର ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ତାରିଖ ରହିଛି । ଆଜିର ଶେଷ ଦିନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବେ ବୋଲି ଆଗରୁ ସୂଚନା ଦିଆଯାଇଛି । ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଛି । ସେହିପରି ଅଜିତ ମଙ୍ଗରାଜଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ୨୦୧୯ରେ ସାଧାରଣ ନିର୍ବାଚନରେ ଶ୍ରୀ ମଙ୍ଗରାଜ ପ୍ରାର୍ଥୀ ହୋଇଥିଲେ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପୂର୍ବରୁ ନାମାଙ୍କନ ଭରି ସାରିଛନ୍ତି ।