ଏଆଇଏଡିଏମକେର ବିଧାୟକ ଆର. ଚନ୍ଦ୍ରଶେଖରଙ୍କ ଡ୍ରାଇଭର ଘରୁ କୋଟିଏ ଟଙ୍କା ଜବତ

ଏଆଇଏଡିଏମକେର ବିଧାୟକ ଆର. ଚନ୍ଦ୍ରଶେଖରଙ୍କ ଡ୍ରାଇଭର ଘରୁ କୋଟିଏ ଟଙ୍କା ଜବତ

 ଏଆଇଏଡିଏମକେର ବିଧାୟକ ଆର. ଚନ୍ଦ୍ରଶେଖରଙ୍କ ଡ୍ରାଇଭର ଘରୁ କୋଟିଏ ଟଙ୍କା ଜବତ
ଚେନ୍ନାଇ : ଏଆଇଏଡିଏମକେର ବିଧାୟକ ଆର. ଚନ୍ଦ୍ରଶେଖରଙ୍କ ଡ୍ରାଇଭର ଅଲଗରାସାମିଙ୍କ ଘରେ ଆୟକର ବିଭାଗ ଚଢାଉ କରି ଏକ କୋଟି ନଗଦ ଟଙ୍କା ଜବତ କରିଛି। ଏତଦ୍ ବ୍ୟତୀତ କୋବିଲପଟ୍ଟି ଗ୍ରାମର ଥଙ୍ଗାପଣ୍ଡି ଏବଂ ମୁଋଗନନ୍ଦମରେ ରହୁଥିବା ବିଧାୟକଙ୍କ ଅନ୍ୟ ଦୁଇ ସହଯୋଗୀଙ୍କ ଘରେ ମଧ୍ୟ ରେଡ୍ କରିଛି ଆୟକର ବିଭାଗ। ଆର. ଚନ୍ଦ୍ରଶେଖର ତାମିଲନାଡୁର ତ୍ରିଚି ଜିଲ୍ଲାରେ ମନାପ୍ପରାଇ ନିର୍ବାଚନ କ୍ଷେତ୍ରରୁ ପ୍ରତିନିଧିତ୍ଵ କରୁଛନ୍ତି। ଅଲଗରାସାମୀ ଗତ ୯ ବର୍ଷ ହେବ ବିଧାୟକଙ୍କ ସହ କାମ କରୁଛି। ତାମିଲନାଡୁରେ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁଳ ମାତ୍ରାରେ ଟଙ୍କା ଜବତ କରାଯାଉଛି। ତେବେ ମଣପରାଇ ବିଧାନସଭା ଅଞ୍ଚଳରୁ ୨୦୦୮ରୁ ପ୍ରତିନିଧିତ୍ଵ କରୁଥିବା ଚନ୍ଦ୍ରଶେଖର ଏବେ ଏହି ଆସନରେ ପୁଣି ଥରେ ପ୍ରାର୍ଥୀ ହେବାକୁ ଦାବି କରିଛନ୍ତି। ତାମିଲନାଡୁରେ ୨୩୪ଟି ବିଧାନସଭା ଆସନରେ ଏପ୍ରିଲ ୬ରେ ମତଦାନ ହେବ। ମେ ୨ରେ ଭୋଟ ଗଣତି କରାଯିବ।