ପିକନିକ ବସ୍ ଓଲଟି ୧ ମୃତ

ପିକନିକ ବସ୍ ଓଲଟି ୧ ମୃତ

ପିକନିକ ବସ୍ ଓଲଟି ୧ ମୃତ
ଭୁବନେଶ୍ୱର : ସକାଳୁ ସକାଳୁ ଏକ ଦୁର୍ଘଟଣା ଘଟିଛି । ପିକନିକ ସାରି ଫେରୁଥିବାବେଳେ ବସଟି ଓଲଟି ପଡ଼ିଲା । ଫଳରେ ଭୁବନେଶ୍ୱରର ସୁନୀଲ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର କେତେକ ବ୍ୟକ୍ତି ବସରେ କୋରାପୁଟ ବୁଲିବାକୁ ଯାଇଥିଲେ । ଗୁପ୍ତେଶ୍ୱରଙ୍କ ଦର୍ଶନ ସାରି ସେମାନେ ଭୁବନେଶ୍ୱର ଫେରୁଥିଲେ । ତେବେ ଗଜପତି-ରାୟଗଡ଼ା ସୀମା ତୁମ୍ବଳାପଦର ବୁଲାଣି ପାଖରେ ବସଟି ଓଲଟି ପଡ଼ିଥିଲା । ଗାଡ଼ିଟି ଦ୍ରୁତ ଗତିରେ ଆସୁଥିବାରୁ ଏଭଳି ଅଘଟଣ ଘଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି । ସମସ୍ତ ଆହତ ଭୁବନେଶ୍ୱରର ହୋଇଥିବାବେଳେ ୬ ଜଣ ଗୁରୁତର ଭାବେ ଏମକେସିଜି ହସପିଟାଲରେ ଭର୍ତି ହୋଇଛନ୍ତି । ଅନ୍ୟ ଆହତମାନଙ୍କୁ ମୋହନା ମେଡ଼ିକାଲରେ ଭର୍ତି କରାଯାଇଛି ।