ପିଇବା ପାଣିରେ ମିଶାନ୍ତୁ ଏହି ଜିନିଷ
ପିଇବା ପାଣିରେ ମିଶାନ୍ତୁ ଏହି ଜିନିଷ
ଭୁବନେଶ୍ୱର: ତ୍ୱଚାର ଯତ୍ନ ନେବା ପାଇଁ ଆମେ ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରିବା ସହ ଘରୋଇ ଉପଚାର ମଧ୍ୟ କରିବାକୁ ଭୁଲି ନ ଥାଉ। ହେଲେ ପାଇପାରୁନା ଆଶା ମୁତାବକ ସଫଳତା। ପାଣିରେ ଏହି ୫ ଜିନିଷ ମିଶାଇ ପିଅନ୍ତୁ ତ୍ୱଚାରେ ଚମକ ଆସିବ । ଚେହେରାରୁ ବି ସବୁ ପ୍ରକାର ଚିହ୍ନ ଦୂରେଇ ଯାଇ ଗ୍ଲୋ କରିବ।
ଡାଲଚିନି:
ପିଇବା ପାଣି ଫୁଟାଇ, ସେଥିରେ କିଛି ଡାଳଚିନି ପାଉଡ଼ର ପକାଇ ଦିଅନ୍ତୁ। ଏହି ପାଣି ଥଣ୍ଡା ହେବା ପରେ ଏହାକୁ ଛାଣି କରି ପିଇ ପାରନ୍ତି। ଆପଣ ଚାହିଁଲେ ସାରା ଦିନ ଲାଗି ଏପରି ପାଣି ପ୍ରସ୍ତୁତ କରି ନିଅନ୍ତୁ। ଏହାକୁ ବୋତଲରେ ପଶାଇ ବାହାରକୁ ମଧ୍ୟ ନେଇପାରିବେ। ଏହାଦ୍ୱାରା ଆପଣଙ୍କ ରକ୍ତ ସଞ୍ଚାଳନ ଭଲ ହେବ ଓ ଚେହେରାରେ ଗ୍ଲୋ ଆସିବ।
ଷ୍ଟ୍ରବେରୀ ରସ:
ଯଦି ଆପଣ ପିଇବା ପାଣିରେ ଷ୍ଟ୍ରବେରୀ ରସ ମିଶାଇ ନିୟମିତ ଭାବେ ପିଇନ୍ତି, ତା ହେଲେ ଆପଣଙ୍କ ଚେହେରାରେ ଥିବା ଦାଗ ସମ୍ପୂର୍ଣ୍ଣ ଦୂର ହୋଇଯିବ। ଏଥିରେ ଭିଟାମିନ ସି ଓ ଆଣ୍ଟି ଆକ୍ସିଣ୍ଡେଣ୍ଟ ଭରପୂର ମାତ୍ରାରେ ରହିଛି। ଆପଣ ଚାହିଁଲେ ଏହାକୁ ଫେସ ମାସ୍କ କରି ମଧ୍ୟ ବ୍ୟବହାର କରିପାରିବେ। ଚେହେରାରେ ଚମକ ଆସିବ ଓ ସଫ୍ଟ ହେବ।
ମହୁ:
ମହୁରେ ବ୍ୟାକ୍ଟେରିଆ ସହ ଲଢିବାକୁ ଗୁଣ ମହଜୁଦ ରହିଛି। ଏହା ଆପଣଙ୍କ ଚେହେରାରୁ ଡାର୍କ ସ୍ପଟ ଦୂର କରିବାରେ ସାହାଯ୍ୟ କରିଥାଏ। ସବୁଦିନ ସକାଳେ ଉଷୁମ ପାଣିରେ ଏହାକୁ ମିଶାଇ ପିଇବା ଦ୍ୱାରା କେବଳ ଆପଣଙ୍କ ଚର୍ବି କମ୍ ହୋଇନଥାଏ, ଚେହେରାର ଚମକ ମଧ୍ୟ ବଢିଥାଏ। ଏହା ତ୍ୱଚା ଲାଗି ଖୁବ୍ ଲାଭଦାୟକ।
ପୁଦିନା:
ଚେହେରାକୁ ବେଦାଗ କରିବା ପାଇଁ ଚିୟା ମଞ୍ଜି ଓ ପୁଦିନାର ବ୍ୟବହାର ମଧ୍ୟ କରିପାରିବେ। ଚିୟା ମଞ୍ଜି ତୁଳସୀ ମଞ୍ଜି ପରି ଜିନିଷ ଅଟେ। ଯାହା ତ୍ୱଚା ସମ୍ୱନ୍ଧିତ ବହ ସମସ୍ୟା ଦୂର କରିଥାଏ। ଏହା ଝାଉଁଳି ପଡିଥିବା ତ୍ୱଚାକୁ ମଧ୍ୟ ଚମକଦାର କରିଥାଏ। ଏହାବ୍ୟତୀତ ପୁଦିନା ପାଣି ପିଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ। ଏହାର ପ୍ରଭାବ ତ୍ୱଚାରେ ଜଣାପଡିଥାଏ।
ଲେମ୍ୱୁ:
ଲେମ୍ୱୁ ତ୍ୱଚା ଓ ଶରୀର ଲାଗି ଖୁବ ଲାଭଦାୟକ। ଏହା ପାଚତ ତନ୍ତ୍ରକୁ ଠିକ୍ ରଖିଥାଏ ଓ ଶରୀରରୁ ଅପରିଷ୍କାର ପଦାର୍ଥ ନିର୍ଗତ କରାଇ ଦେଇଥାଏ। ଆପଣ ପିଇବା ପାଣିରେ ଲେମ୍ୱୁ କିମ୍ୱା ଆପଲ୍ ଭିନେଗାର ମିଶାଇ ପିଅନ୍ତୁ। ଖରା ଦିନେ ଘରୁ ବାହାରିବା ବେଳେ ପାଣି ବୋତଲରେ ଏହାକୁ ମିଶାଇ ନିଅନ୍ତୁ। ଏହାଦ୍ୱାରା ପେଟ ସମସ୍ୟା ଓ ତ୍ୱଚା ସମସ୍ୟା ଦୂର ହେବ।




admin 