ପାରାଦ୍ୱୀପର ବିଭିନ୍ନ ସ୍ଥାନରେ ୭୩ ସ୍ୱାଧିନତା ଦିବସ ପାଳିତ

ପାରାଦ୍ୱୀପର ବିଭିନ୍ନ ସ୍ଥାନରେ ୭୩ ସ୍ୱାଧିନତା ଦିବସ ପାଳିତ

ପାରାଦ୍ୱୀପର ବିଭିନ୍ନ ସ୍ଥାନରେ ୭୩ ସ୍ୱାଧିନତା ଦିବସ ପାଳିତ
ପାରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ): ବନ୍ଦର ନଗରୀ ପାରାଦ୍ୱୀପର ବିଭିନ୍ନ ସ୍ଥାନରେ ୭୩ତମ ତ୍ସାଧିନତା ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଇଫକୋ ସାରକାରଖାନା ପରିସରରେ ଏହାର ପାରାଦ୍ୱୀପ ମୁଖ୍ୟ କେ.ଜେ.ପଟେଲ ପତ୍ତକା ଉତ୍ତୋଳନ କରିବା ସହ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ବର୍ଣ୍ଣାଢ୍ୟ ଇଫକୋର ଏ.କେ.ମଲ୍ଲ, ଜି.ସି ଆଚାର୍ଯ୍ୟ ଏବଂ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ବେଉରାଙ୍କ ସମେତ ସମସ୍ତ ଇଫକୋ କର୍ମଚାରୀ, ଇଫକୋ ଡି.ଏ.ଭି ର ଛାତ୍ରଛାତ୍ରୀ ପ୍ରମୁଖ ଯୋଗେଇଥିଲ । କୃଷକଙ୍କ ହିତରେ ଇଫକୋ ସର୍ବଦା ପ୍ରତିବଦ୍ଦିତା ବୋଲି ଶ୍ରୀଯୁକ୍ତ ପଟେଲ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ସେହିପରି ପାରାଦ୍ୱୀପ ତୈଳ ବିଶୋଧନାଗାର ପରିଶରରେ ଏହାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଟି.ଡି.ଭି.ଏସ୍ ଗୋପାଳକିଷ୍ଣା ଜାତୀୟ ପତ୍ତକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସିଆଇଏସ୍ଏଫ୍ ଅଗ୍ନିଶ୍ରମ ବିଭାଗ, ନିରାପତ୍ତା କର୍ମଚାରୀ ଓ ରିଫାଇନାରୀ ଡି.ଏ.ଭିର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସୁନ୍ଦର ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା । ପାରାଦ୍ୱୀପ ରିଫାଇନାରୀ ଦ୍ୱାରା ନିକଟସ୍ଥ ୩୦ଗୋଟି ପଞ୍ଚାୟତ, ପାରାଦ୍ୱୀପ ଗଡ, ଫତେପୁର, ଢିଙ୍କିଆ, କୋଠି, ଗଡହରିଶପୁର, ବିଶ୍ୱାଳୀ, ବଗଦିଆ, ଓ ମଙ୍ଗରାଜପୁର ର ସ୍କୁଲ ଏବଂ କଲେଜ ର ମୋବୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ପାରାଦ୍ୱୀପ ବନ୍ଦର ନ୍ୟାସ ତରପରୁ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ଜାତୀୟ ପତ୍ତକା ଉତ୍ତୋଳନ କରି ସମବତ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିଥିଲେ । ପାରାଦ୍ୱୀପ ବନ୍ଦର ଦୁଇବର୍ଷ ଧରି ୧୦୦ ନିୟୁତ ପଣ୍ୟକାରବାରକୁ ଛୁଇଁଥିବାବେଳେ ସେପ୍ଟେମ୍ବର ୧୯ରେ ଆଇରନ ଓର ବର୍ଥ, ଓ ନୂଆ କୋଇଲା ବର୍ଥ ଏପ୍ରି୍ ୨୧ସୁଧା କାର୍ଯ୍ୟକ୍ଷ୍ୟମ ହେବ ବୋଲି ବନ୍ଦର ଅଧ୍ୟକ୍ଷ୍ୟ ପ୍ରକାଶ କରିଛନ୍ତି । ଜଗତସିଂହପୁର ଟ୍ରକ୍ ମାଲିକସଂଘ, ପୂର୍ବଭାରତ ତୈଳବିଶୋଧନାଗାର ଶ୍ରମିକଂଘ ଓ ବଣିକ ସଂଘ ପକ୍ଷ୍ୟରୁ ମଧ୍ୟ ୭୩ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବଣିକ ସଂଘର ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକ ଜାତୀୟ ପତ୍ତକା ଉତ୍ତୋଳନ କରିଥିଲେ ।