ପାଟକୁରା ଫଳ: ଦ୍ୱାଦଶ ରାଉଣ୍ଡରେ ସୁଦ୍ଧା ବିଜେଡି ୧୬୧୪୪ ଭୋଟରେ ଆଗୁଆ
ପାଟକୁରା ଫଳ: ଦ୍ୱାଦଶ ରାଉଣ୍ଡରେ ସୁଦ୍ଧା ବିଜେଡି ୧୬୧୪୪ ଭୋଟରେ ଆଗୁଆ
admin
Jul 24, 2019 - 06:11
Updated: Jul 24, 2019 - 06:11
ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନର ଭୋଟ ଗଣତି ଜାରି ରହିଛି ।
ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେଡିକୁ ୬୯୬୯୬ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୫୩୫୫୨ ଖଣ୍ଡ ଭୋଟ ମିଳିଛି
ଏକାଦଶ ରାଉଣ୍ଡ ସୁଦ୍ଧା ବିଜେଡିକୁ ୬୩,୭୮୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୪୯୦୬୦ ଭୋଟ ମିଳିଛି
ନବମ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୫୩୭୩୨ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୩୯୬୫୫ ଖଣ୍ଡ ଭୋଟ ମିଳିଛି ।
ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୪୭୯୮୪ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୩୪୩୦୩ ଖଣ୍ଡ ଭୋଟ ମିଳିଛି ।
ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୪୨୦୩୭ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୩୦୨୪୬ ଖଣ୍ଡ ଭୋଟ ମିଳିଛି ।
ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୩୬୬୧୨ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୨୬୦୮୦ ଖଣ୍ଡ ଭୋଟ ମିଳିଛି ।
ପଂଚମ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୩୦୬୦୦ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୨୧୯୨୭ ଖଣ୍ଡ ଭୋଟ ମିଳିଛି ।
ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୨୫୨୧୪ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୧୭୭୮୩ ଖଣ୍ଡ ମିଳିଛି ।
ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୧୯୦୫୦ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୧୨୭୧୩ ଖଣ୍ଡ ଭୋଟ ମିଳିଛି ।
ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୧୨୪୭୪ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୯୦୪୮ ଖଣ୍ଡ ଭୋଟ ମିଳିଛି । ଦ୍ୱିତୀୟ ରାଉଣ୍ଡରେ ବିଜେପିର ପ୍ରଦର୍ଶନ ପ୍ରଥମ ରାଉଣ୍ଡ ଅପେକ୍ଷା ବେଶ ଭଲ ଥିଲା । ତେବେ ମୋଟ ଭୋଟ ହିସାବକୁ ନେଲେ ବିଜେପି ପ୍ରାୟ ୩୪୦୦ ଭୋଟ ପଛରେ ରହିଛି ।
ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କୁ ୬୮୩୫ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୩୮୦୮ ଖଣ୍ଡ ଭୋଟ ମିଳିଥିଲା । ପ୍ରଥମେ ବିଜେଡ଼ି ଗଡ଼ କୁହାଯାଉଥିବା ଡେରାବିଶ ବ୍ଲକର ଭୋଟ ଗଣତି ହେଉଥିବାବେଳେ ପରେ ଗରଦପୁର ଓ ମାର୍ଶାଘାଇ ବ୍ଲକର ଭୋଟ ଗଣତି କରାଯିବ ।