ପଳାଶୁଣିରେ ଆପାର୍ଟମେଣ୍ଟରେ ବୋମାମାଡ଼

ପଳାଶୁଣିରେ ଆପାର୍ଟମେଣ୍ଟରେ ବୋମାମାଡ଼

ପଳାଶୁଣିରେ ଆପାର୍ଟମେଣ୍ଟରେ ବୋମାମାଡ଼

ଭୁବନେଶ୍ୱର: ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱର  ପଳାସୁଣିର ଜଗନ୍ନାଥ ବିହାରରେ ଥିବା ଆପାର୍ଟମେଣ୍ଟ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି।  ଦୁର୍ବୃତ୍ତମାନେ ୩ଟି ବୋମାଡ଼ କରିଥିବା ଜଣାଯାଇଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ।
ଆପାର୍ଟମେଣ୍ଟ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି  ବୋମାମାଡ଼ କରି ଚମ୍ପଟ ମାରିଥିଲେ।  ତେବେ ବୋମାମାଡ଼ର କାରଣ  ଅସ୍ପଷ୍ଟ ରହିଛି। ଜମିଜମା ବିବାଦକୁ କେନ୍ଦ୍ର କରି ବୋମାମାଡ଼ ହୋଥିବା ସନ୍ଦେହ କରାଯାଉଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଅଶାନ୍ତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ବିଚ୍‌ ରାସ୍ତାରେ ଗୁଳି ଫୁଟୁଛି ତ ଆଉ କେତେବେଳେ ବୋମାମାଡ଼ ହେଉଛି। କିଛି ଦିନ ହେବ ରାଜଧାନୀ ଛାତି ଉପରେ ଯେପରି ଅପରାଧୀ ମାନେ ତାଣ୍ଡବ ରଚି ଚାଲିଛନ୍ତି।