ପରୀ ହତ୍ୟା ମାମଲା : ନାର୍କୋ ଟେଷ୍ଟ ପାଇଁ ମନା କରିଦେଲା ଅଭିଯୁକ୍ତ

ପରୀ ହତ୍ୟା ମାମଲା : ନାର୍କୋ ଟେଷ୍ଟ ପାଇଁ ମନା କରିଦେଲା ଅଭିଯୁକ୍ତ

ପରୀ ହତ୍ୟା ମାମଲା : ନାର୍କୋ ଟେଷ୍ଟ ପାଇଁ ମନା କରିଦେଲା ଅଭିଯୁକ୍ତ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଶୁକ୍ରବାର ଏକ ବଡ଼ ଖବର ଆସିଛି । ତାହା ହେଲା ଏହି ମାମଲାର ଅଭିଯୁକ୍ତ ନାବାଳକ ଜଣକ ନାର୍କୋ ଟେଷ୍ଟ ଲାଗି ଅସହମତି ପ୍ରକାଶ କରିଥିବା ଜଣାଯାଇଛି । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ନାର୍କୋ ଟେଷ୍ଟ ପାଇଁ ନାବାଳକ ଜଣକ ରାଜି ହୋଇନାହାନ୍ତି । ଆଜି ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା । ଏସଆଇଟି ପକ୍ଷରୁ ସମ୍ପୃକ୍ତ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା । ଏସଆଇଟି ଆବେଦନ କରିଥିବା ନାର୍କୋ ଟେଷ୍ଟ ନେଇ ଆଜି ଶୁଣାଣି କରାଯାଇଥିଲା । ତେବେ ଅଭିଯୁକ୍ତ ନାବାଳକ ଜଣକ ନାର୍କୋ ଟେଷ୍ଟ ଲାଗି ଅସହମତି ପ୍ରକାଶ କରିଥିବା ଜଣାଯାଇଛି । ପ୍ରକାଶ ଯେ, ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଗତ ମଙ୍ଗଳବାର ଏକ ଭିନ୍ନ ମୋଡ଼ ଆସିଥିଲା । ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟ ନାବାଳକଭାବେ ଗ୍ରହଣ କରିଥିଲେ । ପୂର୍ବରୁ ଏସଆଇଟି ଓସିଫିକେସନ ସାର୍ଟିଫିକେଟ ବଳରେ ଅଭିଯୁକ୍ତ ସାବାଳକ ବୋଲି କୋର୍ଟରେ ହାଜର କରିଥିବାବେଳେ ଗତ ସୋମବାର ଅଭିଯୁକ୍ତର ଓକିଲ ଏନେଇ ପିଟିସନ ଦାଖଲ କରିଥିଲେ । ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ । ମଙ୍ଗଳବାର କୋର୍ଟ ଏନେଇ ତଦନ୍ତ କରିଥିଲେ । ଅଭିଯୁକ୍ତର ମାଆଙ୍କୁ କୋର୍ଟକୁ ଡକାଇ ପଚରାଉଚୁରା କରିବା ସହ ପକସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ଗିରଫ ହତ୍ୟା ଅଭିଯୁକ୍ତକୁ ସାବାଳକ ନୁହେଁ, ନାବାଳକ ବୋଲି ରାୟ ଦେଇଥିଲେ ।