ପଦ୍ମଶ୍ରୀ ଶାନ୍ତି ଦେବୀ ଆଉ ନାହାନ୍ତି

ପଦ୍ମଶ୍ରୀ ଶାନ୍ତି ଦେବୀ ଆଉ ନାହାନ୍ତି

ପଦ୍ମଶ୍ରୀ ଶାନ୍ତି ଦେବୀ ଆଉ ନାହାନ୍ତି

ଗୁଣୁପୁର: ଭୂଦାନ ଆନ୍ଦୋଳନ ପାଇଁ ଘରେ ଘରେ ବେଶ୍ ପରିଚିତ ଆଖି ବୁଜିଲେ ପଦ୍ମଶ୍ରୀ ଶାନ୍ତିଦେବୀ।

ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ବାସଭବନରେ ଗତକାଲି ବିଳମ୍ବିତ ରାତିରେ ଶାନ୍ତି ଦେବୀଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ  ୮୮ ବର୍ଷ ହୋଇଥିଲା। ଆଦିବାସୀ ଅଞ୍ଚଳରେ ହଷ୍ଟେଲ ପ୍ରତିଷ୍ଠା କରି ସେବା ଯୋଗାଇ ଆସୁଥିଲେ ଶାନ୍ତି ଦେବୀ। ସେ ପଦ୍ମଶ୍ରୀ ସହ ଜମୁନାଲାଲ ବଜାଜ୍ ପୁରସ୍କାର ମଧ୍ୟ ପାଇଥିଲେ  ।

ଗତକାଲି ବିଳମ୍ବିତ ରାତିରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଶାନ୍ତିଦେବୀ। ପରେ ଚେତାଶୂନ୍ୟ ହୋଇପଡିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

୧୯୩୮ ମସିହାରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଶାନ୍ତିଦେବୀ ମାତ୍ର ୧୭ ବର୍ଷ ବୟସରୁ  ଆଚାର୍ୟ୍ୟ ବିନୋବା ଭାବେଙ୍କ ପ୍ରେରଣାରେ ସମାଜସେବୀ ଓ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୪୧ ମସିହାରେ ସେ ଗୁଣୁପୁର ଅଞ୍ଚଳକୁ ଆସି ସମାଜସେବା ଓ ଭୂଦାନ ଆନ୍ଦୋଳନ ଜାରି ରଖିଥିଲେ ।

ତାଙ୍କ ନିସ୍ୱାର୍ଥପର ସେବା ପାଇଁ ଗତ ୨୦୨୧ ନଭେମ୍ବର ୯ତାରିଖରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ଉପାଧୀରେ ଭୂଷିତ କରିଥିଲେ ।