ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ବିର୍‌ଜୁ ମହାରାଜଙ୍କ ପରଲୋକ

ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ବିର୍‌ଜୁ ମହାରାଜଙ୍କ ପରଲୋକ

ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ବିର୍‌ଜୁ ମହାରାଜଙ୍କ ପରଲୋକ

ମୁମ୍ବାଇ: ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ବିର୍ଜୁ ମହାରାଜଙ୍କ ପରଲୋକ ହୋଇଛି। ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ବିର୍ଜୁ ମହାରାଜଙ୍କୁ ୮୩ ବର୍ଷ ହେଇଥିଲା। ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବିର୍ଜୁ ମହାରାଜ ରବିବାର ରାତି ପ୍ରାୟ ୧୨ଟା ପର୍ୟ୍ୟନ୍ତ  ନିଜ ନାତି ସହ ଅନ୍ତାକ୍ଷରୀ ଖେଳୁଥିଲେ।  ଏହି ସମୟରେ  ସେ ହଠାତ୍ ବେହୋସ ହୋଇଗଲେ। ପରିବାର  ପକ୍ଷରୁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


ବିର୍ଜୁ ମହାରାଜଙ୍କ ପ୍ରକୃତ ନାମ ବୃଜମୋହନ ମିଶ୍ର। ବିର୍ଜୁ ମହାରାଜ୧୯୩୮ ମସିହା ଫେବ୍ରୁଆରୀ ୪ ତାରିଖରେ ଲକ୍ଷ୍ମୌରେ ଜନ୍ମ ଗ୍ରହଣ କରିଥିଲେ।

କଥକ ନୃତ୍ୟ ପାଇଁ ବିର୍ଜୁ ମହାରାଜଙ୍କୁ ୧୯୮୩ ମସିହାରେ ପଦ୍ମ ବିଭୂଷଣ ସମ୍ମାନ ମିଳିଥିଲା। ବିର୍ଜୁ ମହାରାଜ ଅନେକ ବଲିଉଡ୍ ଫିଲ୍ମରେ କୋରିଓଗ୍ରାଫି କରିଥିଲେ। ଉମରାଓ ଜାନ, ଦେଢ଼ ଇଶକିଆ ଓ ବାଜିରାଓ ମସ୍ତାନୀଙ୍କ ସମେତ ଅନେକ ବଲିଉଡ ଚଳଚ୍ଚିତ୍ରରେ ସେ କୋରିଓଗ୍ରାଫି କରିଥିଲେ।

ବିର୍ଜୁ ମହାରାଜଙ୍କୁ ପଦ୍ମ ବିଭୂଷଣ ସମ୍ମାନ ବାଦ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ କାଳି ଦାଶ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା।  ୨୦୧୨ ମସିହାରେ ‘ବିଶ୍ୱରୁପମ୍’  ଫିଲ୍ମର  କୋରିଓଗ୍ରାଫି ପାଇଁ ବିର୍ଜୁ ମହାରାଜଙ୍କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ବିର୍ଜୁ ମହାରାଜ କିଛି ଦିନ ପୂର୍ବରୁ କିଡନୀ ରୋଗରେ ପୀଡିତ ହୋଇଥିଲେ। ତାଙ୍କର ଡାଇଲିସିସ୍ କରାଯାଇଥିଲା। ଏହାପରେ ସେ ସୁସ୍ଥ ଥିବା ବେଳେ  ତାଙ୍କର ହଠାତ୍ ମୃତ୍ୟୁକୁ ପରିବାର ଲୋକେ ତଥା ତାଙ୍କ ଫ୍ୟାନ୍ସ ସହଜେ ଗ୍ରହଣ କରିପାରୁ ନାହାନ୍ତି।