ପଣବନ୍ଦୀ ଥିବା ଯୁବକ ଉଦ୍ଧାର

ପଣବନ୍ଦୀ ଥିବା ଯୁବକ ଉଦ୍ଧାର

ପଣବନ୍ଦୀ ଥିବା ଯୁବକ ଉଦ୍ଧାର
ଭୁବନେଶ୍ୱର: ପଣବନ୍ଦୀ ଥିବା ସୋର କେଶପୁର ଗାଁର ଯୁବକ କୋଲକାତାରୁ ଉଦ୍ଧାର ହୋଇଛନ୍ତି । କୋଲକତା ପୋଲିସ ସହାୟତାରେ ଉଦ୍ଧାର କରିଛି ସୋର ପୋଲିସ । ଚାକିରି କରାଇଦେବାକୁ ଡାକି ନେଇ ଦୁର୍ବୃତ ମାନେ ପଣବନ୍ଦୀ କରି ରଖିଥିଲେ । ଘର ଲୋକଙ୍କ ଅଭିଯୋଗ ପରେ ଚବିଶପ୍ରାଗଣାରୁ ଉଦ୍ଧାର କରିଛି ପୋଲିସ୍ । ଯୁବକ ଜଣଙ୍କ ଉଦ୍ଧାର ହେବା ସତ୍ୱେ ଦୁର୍ବୃତ ମାନେ ଧରାପଡି ନାହାନ୍ତି । ସୂଚନାଯୋଗ୍ୟ, ତାପସ ୮ ବର୍ଷ ହେବ ବାଙ୍ଗାଲୋରରେ ଏକ କ୍ୟାଣ୍ଟିନରେ କାମ କରୁଥିଲେ । ମଝିରେ ମଝିରେ ଘରକୁ ଆସନ୍ତି l ୧୦ ଦିନ ତଳେ ଘରକୁ ଆସିଥିଲେ । କୋଭିଡ୍ ପାଇଁ ପୁଣି ଥରେ ଲକ୍‌ଡାଉନ ହେବ ଭାବି ଆଉ ବାଙ୍ଗାଲୋର ଫେରିନଥିଲେ । ଘରେ ଥିବା ବେଳେ ଗତ ୨୮ ତାରିଖ ଦିନ ଏକ ଅଜଣା ନମ୍ବରରୁ ଫୋନ କଲ୍‌ ଆସିଲା। ଭଲ କାମ ଅଛି କଲିକତା ଆସ ବୋଲି ଅପରପାର୍ଶ୍ୱର ବ୍ୟକ୍ତି କହିଥିଲେ। ଚାକିରି ଲୋଭରେ ତାପସ ସେହିଦିନ କଲିକତା ଚାଲିଯାଇଥିଲେ । ପରେ ସନ୍ଧ୍ୟାରେ ତାପସର ସ୍ତ୍ରୀ ସୁକାନ୍ତିକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଲା। ତୁମ ସ୍ୱାମୀକୁ ଅପହରଣ କରିଛୁ , ୮ ଲକ୍ଷ ଟଙ୍କା ଦେଲେ ଛାଡିବୁ ନଚେତ୍ ହତ୍ୟା କରିବୁ ବୋଲି ଖୋଲା ଖୋଲି ଧମକ ଦେଇଥିଲେ ଅପହରଣକାରୀ ।