ପଢ଼ୁଅାଁ ହେଲେ ଶ୍ରୀଲିଙ୍ଗରାଜ, ନୂଆ ପିନ୍ଧିଲେ, ମୁଅାଁ ଖାଇଲେ
ପଢ଼ୁଅାଁ ହେଲେ ଶ୍ରୀଲିଙ୍ଗରାଜ, ନୂଆ ପିନ୍ଧିଲେ, ମୁଅାଁ ଖାଇଲେ
admin
Dec 9, 2020 - 09:20
Updated: Dec 9, 2020 - 09:20
ପୁରୁଣା ଭୁବନେଶ୍ୱର: ପ୍ରଥମାଷ୍ଟମୀ ତିଥିରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ପଢ଼ୁଅାଁ ହୋଇଛନ୍ତି । ସନ୍ଧ୍ୟାରେ ମହାପ୍ରଭୁ ଶ୍ରୀ ମୈତ୍ରେଶ୍ୱର ମନ୍ଦିରକୁ ଯାତ୍ରା କରିବା ପରେ ବିଧି ମୁତାବକ ପଢ଼ୁଅାଁଷ୍ଟମୀ ନୀତି ସମାପନ ହୋଇଥିଲା । ଲିଙ୍ଗରାଜ ମନ୍ଦିରରେ ଦ୍ୱିପହର ଧୂପ ଓ ଆଳତି କରାଯିବା ପରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ସହ ମା ପାର୍ବତୀ, ମା ଦୁର୍ଗା ଓ ଶ୍ରୀ ବାସୁଦେବଙ୍କୁ ବିମାନ ଓ ପାଲିଙ୍କିରେ ନିଆଯାଇଥିଲା । ସେବାୟତମାନଙ୍କ ଗହଣରେ ପ୍ରଭୁ ଛକ ନିକଟ ମ÷ତ୍ରେଶ୍ୱରଙ୍କ ପାଖକୁ ଯାତ୍ରା କରିଥିଲେ । ସେଠାରେ ବିଭିନ୍ନ ଫୁଲ ଓ ରଙ୍ଗୋଲିରେ ଚିତ୍ର ଅଙ୍କନ କରାଯାଇ ଦେବାଦେବୀଙ୍କୁ ସ୍ୱାଗତ କରାଯାଇଥିଲା । ବଡୁ ସେବାୟତ ଶ୍ରୀଜୀଉଙ୍କୁ ମଣେଇବା ପରେ ଦେବାଦେବୀଙ୍କୁ ନିଆଯାଇ ଶ୍ରୀ ମ÷ତ୍ରେଶ୍ୱର ମନ୍ଦିର ସମ୍ମୁଖସ୍ଥ ସିଂହାସନରେ ଉପବେଶନ କରାଯାଇଥିଲା । ପରେ ପାପନାଶିନୀ ପୁଷ୍କରିଣୀର ପାଣିକୁ ସଂସ୍କାର କରାଯାଇ ଦେବାଦେବୀଙ୍କୁ ସ୍ନାନ କରାଯାଇଥିଲା । ଏହା ପରେ ସୁଆର ସେବାୟତଙ୍କ ଦ୍ୱାରା ନୂତନ ବସ୍ତ୍ର ପିନ୍ଧା ଯାଇଥିଲା । ପୂଜାପଣ୍ଡା ସେବାୟତ ପଞ୍ଚ ଉପଚାରରେ ଦେବାଦେବୀଙ୍କୁ ପୂଜା କରି ମାମୁ ଭଣଜାଙ୍କୁ ମୁଅାଁ ଭୋଗ ବାଢ଼ି ଭେଟ ଆଳତି କରିଥିଲେ । ଶେଷରେ ଶ୍ରୀଜୀଉ ପ୍ରତ୍ୟାବର୍ତ୍ତନ କଲାବେଳେ ଶ୍ରୀଲିଙ୍ଗରାଜଙ୍କ ମାଇଁ କପାଳି ଠାକୁରାଣୀଙ୍କ ପାଖରେ ଭେଟ ଆଳତି କରାଯାଇଥିଲା । ଏହା ପରେ ସବୁ ଦେବାଦେବୀ ମନ୍ଦିରକୁ ଫେରିଥିଲେ । ଆଜି ଏହି ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ କମିଥିଲା । ସେହିପରି ଶ୍ରୀ କପିଳନାଥ ମଧ୍ୟ ପଢ଼ୁଅାଁ ହୋଇଛନ୍ତି । ସ୍ଥାନୀୟ କୈବର୍ତ୍ତ ସାହି ଛକ ନିକଟରେ ଥିବା ଶ୍ରୀ ଝୁଣ୍ଠୁକେଶ୍ୱର ମହାଦେବ ମନ୍ଦିରରୁ ଗତକାଲି ନୂଆ ବସ୍ତ୍ର ଯାଇଥିଲା । ସ୍ନାନ ବିଧି ପରେ ଏହି ନୂତନ ବସ୍ତ୍ରକୁ ଠାକୁରଙ୍କଠାରେ ଲାଗି କରାଇଥିଲେ । ପ୍ରତି ବର୍ଷ ପରେ ଚଳିତ ବର୍ଷ ମଧ୍ୟ କୈବର୍ତ୍ତ ସାହିସ୍ଥିତ ମାମୁଘର ଶ୍ରୀ ଝୁଣ୍ଟେଶ୍ୱର ମନ୍ଦିରରୁ କୈବର୍ତ୍ତ ସେବାୟତ ଟ୍ରଷ୍ଟ ତରଫରୁ ନବବସ୍ତ୍ର ଅଣାଯାଇ ଭଣଜାଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଥିଲା । ସେବାୟତମାନେ ଘଣ୍ଟ, ଶଙ୍ଖ, ମଶାଲ ଆଣି କପିଳନାଥ ମନ୍ଦିରକୁ ଆସିଥିଲେ । ଟ୍ରଷ୍ଟ ସଭାପତି ବିଜୟ କୁମାର ବେହେରା, ସମ୍ପାଦକ ବାସୁଦେବ ବେହେରା, କୋଷାଧ୍ୟକ୍ଷ ବୃନ୍ଦାବନ େବହେରାଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।