ଡୋଜ ପିଛା ୨୫୦ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା

ଡୋଜ ପିଛା ୨୫୦ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା

ଡୋଜ ପିଛା ୨୫୦ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ଟିକା ନିର୍ମାତା ସିରମ ଇନଷ୍ଟିଚୁ୍ୟଟ ଅଫଇଣ୍ଡିଆ ( ଏସଆଇଆଇ) କେନ୍ଦ୍ର ସରକାରଙ୍କ ସହିତ କରୋନା ଟିକା କୋଭାସିଲଡର ଯୋଗାଣ ପାଇଁ ଚୁକ୍ତି ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ହେଉଛି । ସିରମ ସବୁଠାରୁ ଶସ୍ତା ମୂଲ୍ୟରେ ସରକାରଙ୍କୁ ଟିକା ବିକି୍ର କରିବ ଏବଂ ଗୋଟିଏ ମାତ୍ରାର ମୂଲ୍ୟ ରହିବ ୨୫୦ ଟଙ୍କା । ଭାରତର ସିରମ ଇନଷ୍ଟିଚୁ୍ୟଟ ଏବଂ ଭାରତ ବାୟୋଟେକ ସେମାନଙ୍କ ଟିକାର ଜରୁରୀ ବ୍ୟବହାର ପାଇଁ ସରକାରଙ୍କ ମଞ୍ଜୁରି ଲୋଡ଼ିଛନ୍ତି । ଏସଆଇଆଇର ସିଇଓ ଆଦର ପୁନୱାଲା ପୂର୍ବରୁ କହିଛନ୍ତି ଯେ ଟିକାର ଗୋଟିଏ ମାତ୍ରା ଖୋଲା ବଜାରରେ ୧୦୦୦ ଟଙ୍କାରେ ଉପଲବ୍ଧ ହେବ । ତେବେ ସରକାର ବହୁ ସଂଖ୍ୟାରେ ଟିକା କ୍ରୟ କରିବାକୁ ଥିବାରୁ କେବଳ ସରକାରଙ୍କ ପାଇଁ ଏହାର ମୂଲ୍ୟ ୨୨୫ ଟଙ୍କାରୁ ୨୫୦ ଟଙ୍କା ମଧ୍ୟରେ ରଖାଯିବ । ଅନ୍ୟ ପକ୍ଷରେ ଫାଇଜର ମଧ୍ୟ ଭାରତ ସରକାରଙ୍କ ସହିତ ଚୁକ୍ତ କରିବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି । ତେବେ ଆମେରିକୀୟ କମ୍ପାନୀ ଫାଇଜରର ଟିକା ସିରମର ଟିକାଠାରୁ ଯଥେଷ୍ଟ ମହଙ୍ଗା ରହିଛି । ଏହାର ଡୋଜ ପିଛା ମୂଲ୍ୟ ୧୪୫୦ ଟଙ୍କା ରହିଛି । ଭାରତ ସରକାର ଫାଇଜର ସହ କୌଣସି ଚୁକ୍ତି କରିନାହାନ୍ତି ।