ପଟ୍ଟାମୁଣ୍ଡାଇରେ ଗୋଷ୍ଠୀ ସଂଘର୍ଷରୁ ରାସ୍ତାରୋକ

ପଟ୍ଟାମୁଣ୍ଡାଇରେ ଗୋଷ୍ଠୀ ସଂଘର୍ଷରୁ ରାସ୍ତାରୋକ

ପଟ୍ଟାମୁଣ୍ଡାଇରେ ଗୋଷ୍ଠୀ ସଂଘର୍ଷରୁ ରାସ୍ତାରୋକ
କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ପୌର ପରିଷଦର ୧୧ ନଂ ୱାର୍ଡରେ ଦୁଇ ଗୋଷ୍ଠୀ ସଂଘର୍ଷ ଘଟିଛି । ଗୋଟିଏ ଗୋଷ୍ଠୀର ଅପର ଗୋଷ୍ଠୀ ଲୋକଙ୍କ ଘରେ ପଶି ଆକ୍ରମଣ ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ଦାବିରେ ଆକ୍ରମଣର ଶିକାର ହୋଇଥିବା ଲୋକମାନେ ରାସ୍ତାରୋକ କରିଛନ୍ତି । ସେହିପରି ଥାନା ଆଗରେ ଧାରଣାରେ ମଧ୍ୟ ବସିଛି ଆକ୍ରମଣରେ ଶିକାର ହୋଇଥିବା ଲୋକେ । ବାଇପାସ୍ , ମେଡିକାଲ ଓ ରାଜନଗର ଛକରେ ଟାୟାର ଜାଳି ରାସ୍ତାରୋକରେ ବସିଛନ୍ତି । ଯେପର୍ଯ୍ୟନ୍ତ ସମସ୍ୟା ସମାଧାନ ନହେବ ଧାରଣାରୁ ଉଠିବେନି ବୋଲି ଲୋକମାନେ କହିଛନ୍ତି ।