ପଞ୍ଜାବରେ ରାଲି କରିପାରନ୍ତି ପ୍ରଧାନମନ୍ତ୍ରୀ
ପଞ୍ଜାବରେ ରାଲି କରିପାରନ୍ତି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ୫ ରାଜ୍ୟର ନିର୍ବାଚନ ପ୍ରଚାର ଜୋର ଧରିଛି। କରୋନା କଟକଣା ଯୋଗୁଁ ବଡ଼ ବଡ଼ ରାଲି ଓ ଶୋଭାଯାତ୍ରା ହେଉ ନାହିଁ। ତେବେ ପ୍ରମୁଖ ଦଳର ନେତାମାନେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ଏହା ମଧ୍ୟରେ ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀ ଭରଚୁଆଲ୍ ରାଲି ଆରମ୍ଭ କରିଛନ୍ତି। ତେବେ ମୋଦୀ ପଞ୍ଜାବରେ ରାଲି କରିପାରନ୍ତି ବୋଲି ସୂଚନା ଅସିଛି। ଆସନ୍ତା ୭ ଓ ୮ ବେଳକୁ ପ୍ରଧାନମନ୍ତ୍ରୀ ରାଲି କରିପାରନ୍ତି ବୋଲି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ପ୍ରତିଷ୍ଠାତା କ୍ୟାପଟେନ୍ ଅମରିନ୍ଦର ସିଂହ ସୂଚନା ଦେଇଛନ୍ତି। ପଞ୍ଜାବସରକାରଙ୍କ ଅନୁମତି ମିଳିଲେ ଏ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ଜାନୁଆରି ମାସରେ ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷାରେ ତ୍ରୁଟି ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଜେପି ପକ୍ଷରୁ ପଞ୍ଜାବ ସରକାରଙ୍କୁ ସମାଲୋଚନା କରିଥିଲେ। ଏହାର ତଦନ୍ତ ଏବେ ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ଗଠିତ କମିଟି ଦ୍ବାରା କରାଯାଉଛି।




admin 