ନୋଟିସର ଜବାବ ରଖିଲେ ମୋକିମ୍

ନୋଟିସର ଜବାବ ରଖିଲେ ମୋକିମ୍

ନୋଟିସର  ଜବାବ ରଖିଲେ ମୋକିମ୍

ଭୁବନେଶ୍ଵର : ଦଳୀୟ ନିର୍ଦ୍ଦେଶ ନମାନି ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପ୍ରସଙ୍ଗ। ନୋଟିସ୍ ପାଇବା ପରେ ଜବାବ ରଖିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ମୋକିମ୍‌ଙ୍କ ଉତ୍ତର ପରେ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଉତ୍ତର ମିଳିଛି ହେଲେ ମୁଁ ତାକୁ ପଢି ନାହିଁ । ଏହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର।

ପିସିସି ସଭାପତି ପୁଣି କହିଛନ୍ତି ଯେ, ମୋକିମ୍ ନିଜ ଉତ୍ତରରେ କଣ କହିଛନ୍ତି ପଢିବା ପରେ କଣ ପଦକ୍ଷେପ ନିଆଯିବ ତାହା କହିବି। ସେପଟେ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ମୋକିମଙ୍କ ଉତ୍ତର ବିଷୟରେ ହାଇ କମାଣ୍ଡଙ୍କୁ ଜଣାଯିବ।