ନେଇଗଲେ ୩୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଏଲ୍‌ଇଡି

ନେଇଗଲେ ୩୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଏଲ୍‌ଇଡି

ନେଇଗଲେ ୩୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଏଲ୍‌ଇଡି

ଖୋର୍ଦ୍ଧା: ଦିନକୁ ଦିନ ରାଜ୍ୟର ଆଇନ୍‌ ଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହେବାର ଲାଗିଛି। ଚୋର ଓ ଡକାୟତଙ୍କ ପୁଲିସକୁ ଭୟ ନାହିଁ। ବଢିଚାଲିଛି ହତ୍ୟା, ଲୁଟ ଭଳି ଜଘନ୍ୟ କାଣ୍ଡ । ପୋଲିସ୍ ଯେତେ ଚାଲାଖ ହେଉ ନା କାହିଁକି, ପୋଲିସ୍ ଆଖିରେ ଧୂଳି ଦେଇ ଲୁଟେରା ତିଆରି କରୁଛନ୍ତି ଲୁଟର ବ୍ଲୁ ପ୍ରିଣ୍ଟ । 

ଏଲଇଡି ଟିଭି ବୋଝେଇ ପିକଅପ୍ ଭ୍ୟାନ ଲୁଟି ନେଲେ ଦୁର୍ବୃତ୍ତ । ଏନଏଚ-୫୭ର ବାଘମାରୀ କଲେଜ ନିକଟରୁ ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି । ଡ୍ରାଇଭରକୁ ଓହ୍ଲାଇ ଏଲିଡି ଟିଭି ବୋଝେଇ ପିକ୍ଭ୍ୟାନ ନେଇ ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି । ପିକଅପ୍ ଭ୍ୟାନରେ ପ୍ରାୟ ୩୦ ଲକ୍ଷରୁ ଉଦ୍ଧ୍ୱର୍ ମୂଳ୍ୟର ଏଲିଡି ଟିଭି ଥିବା ସୂଚନା ମିଳିଛି ।