ନୂଆ ଭୂତାଣୁ ପାଇଁ ଭୟଭୀତ ହୁଅନାହିଁ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆ ଭୂତାଣୁ ପାଇଁ ଭୟଭୀତ ହୁଅନାହିଁ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆ ଭୂତାଣୁ ପାଇଁ ଭୟଭୀତ ହୁଅନାହିଁ: ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ବି୍ରଟେନରେ ଦେଖାଦେଇଥିବା ରୂପାନ୍ତରିତ କରୋନା ଭୂତାଣୁ ସମ୍ପର୍କରେ ଭାରତ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି ଏବଂ ଦେଶବାସୀ ଏଥିପାଇଁ ଆଦୌ ଭୟଭୀତ ନ ହେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ନିବେଦନ କରିଛନ୍ତି । ସୂଚନା ଯୋଗ୍ୟ କିଛି ଦିନ ତଳେ ଗ୍ରେଟର ଲଣ୍ଡନ, କେଣ୍ଟ ଓ ଏସେକ୍ସ ଠାରେ କୋଭିଡ ସଂକ୍ରମଣ ଅତର୍କିତ ଦ୍ରୁତ ବେଗରେ ବଢ଼ିବାକୁ ଲାଗିଲା । ଖୋଳତାଡ କରିବାରୁ ସେଠାରେ ହଜାରେରୁ ଅଧିକ ମାମଲାରେ ଏକ ନୂଆ ପ୍ରଜାତିର କରୋନା ଭୂତାଣୁକୁ ଠାବ କରାଯାଇଥିଲା । ଏହି ନୂତନ କରୋନା ଭୂତାଣୁ ସଂକ୍ରମଣ କ୍ଷିପ୍ରତା ପୂର୍ବ ଭୂତାଣୁ ତୁଳନାରେ ୭୦ ପ୍ରତିଶତ ଅଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି ଗତ ବୁଧବାର ଠାରୁ ସେଠାରେ ସବୁଠୁ କଠୋର ତିନି ଥାକିଆ ଲକଡାଉନ ଜାରି କରାଯାଇଛି । ତେବେ କୌଣସି କଳ୍ପନାତ୍ମକ ପରଣତି ସମ୍ପର୍କରେ ଆଶଙ୍କା କରି ଲୋକେ ଆଦୌ ବିବ୍ରତ ନ ହେବାକୁ ଡ.ହର୍ଷବର୍ଦ୍ଧନ ନିବେଦନ କରିଛନ୍ତି । ଏବେ ୟୁକେରେ ପୁଣି କଠୋର ଲକଡାଉନ ଲାଗୁ ହେଲା ପରେ ଆମ ଦେଶରେ ଲୋକେ ସେଭଳି ପରିସ୍ଥିତି ପରିକଳ୍ପନା କରି ଆଦୌ ବିବ୍ରତ ନ ହେବାକୁ ସେ ଆହ୍ୱାନ କରିଛନ୍ତି ।