ନୂଆ ବର୍ଷକୁ କମିବ ପିଆଜ ଦର ...

ନୂଆ ବର୍ଷକୁ କମିବ ପିଆଜ ଦର ...

ନୂଆ ବର୍ଷକୁ କମିବ ପିଆଜ ଦର ...
ଭୁବନେଶ୍ୱର: ପିଆଜ ବିନା ହାଣ୍ଡିଶାଳ କଥା ଚିନ୍ତା କରାଯାଇପାରେନା । ପିଆଜ କାଟିଲେ ଲୁହ ବାହାରିବା ଥୟ । ତେବେ ଏବେ ପିଆଜ କିଣିଲେ ଆଖିରୁ ଲୁହା ବାହାରୁଛି । ଏହାର କାରଣ ହେଉଛି ପିଆଜର ଅମୂଲ ମୂଲ । ଚଳିତ ବର୍ଷ ପିଆଜର ଦର ବୃଦ୍ଧିକୁ ନେଇ ସର୍ବକାଳୀନ ରେକର୍ଡ ହୋଇଛି । ତେବେ ଯଦି କେହି ଭାବୁଥିବେ ଆଉ କିଛି ଦିନ ପରେ ପିଆଜ ଦର କମିଯିବ, ତେବେ ସେମାନଙ୍କ ଭାବନା ଭୁଲ । କାରଣ ଏଭଳି ଚଢା ଦର ୨୦୨୦ ଜାନୁଆରୀ ମାସ ପର୍ଯ୍ୟନ୍ତ ଲାଗି ରହିବ । ଜାନୁଆରୀ ପ୍ରଥମ ସପ୍ତାହରେ ପିଆଜ ଦର କମିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ କହିଛନ୍ତି । ଆଜି ରାଜ୍ୟରେ ପିଆଜ ଦର ନିୟନ୍ତ୍ରଣ ନେଇ ଅନୁଷ୍ଠିତ ବୈଠକ ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହା କହିଛନ୍ତି । ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ବର୍ଷା ପାଇଁ ପିଆଜ ଦର ବଢିଛି, ଏହା ଜାତୀୟ ବିପର୍ଯ୍ୟୟ । ଅହେତୁକ ବର୍ଷା ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି । କେନ୍ଦ୍ର ବିଦେଶରୁ ଯାହା ମଗାଉଛି ତାହା ସମୁଦ୍ରକୁ ଶଙ୍ଖେ । ଚାଷୀଙ୍କୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଦେବା ଉଚିତ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ କହିଛନ୍ତି । ପୂର୍ବରୁ ପିଆଜ ଦର ଅଣାୟତ୍ତ ହୋଇଯାଇଥିବା କଥାକୁ ମାନିବା ସହ ପିଆଜ ସମସ୍ୟାକୁ ଜାତୀୟ ବିପତ୍ତି ବୋଲି ସେ କହିଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ, ପିଆଜ ଦର ବୃଦ୍ଧି ପାଇଁ ପରିବେଶ ସନ୍ତୁଳନର ଅଭାବ ଓ ବାୟୁ ପ୍ରଦୂଷଣ ଦାୟୀ । ଏହା କେବଳ ଆମର ନୁହେଁ, ସାରା ଭାରତ ବର୍ଷର ସମସ୍ୟା । ନାସିକରେ ଏକର ପିଛା ୩ଟନ ପିଆଜ ଉପôାଦନ ହେଉଥିଲା । କିନ୍ତୁ ଏବେ ୧୦ କ୍ୱିଣ୍ଟାଲରେ ସୀମିତ ରହିଛି । ଭାରତରେ ଦୈନିକ ୧୨ ଲକ୍ଷ ମେଟ୍ରିକ ଟନ ପିଆଜ ଦରକାର । ଇଜିପ୍ଟରୁ ଦୈନିକ ୧ ଲକ୍ଷ ମେଟ୍ରିକ ଟନ ପିଆଜ ଆସୁଛି । ତେଣୁ ବର୍ତ୍ତମାନ ସ୍ଥିତିକୁ ଜାତୀୟ ବିପତ୍ତି କହିଲେ ଅତୁ୍ୟକ୍ତି ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।