କଣ୍ଣାଟକ ଉପନିର୍ବଚନ : ବିଜେପିର ସ୍ଥିତି ମଜଭୁତ୍
କଣ୍ଣାଟକ ଉପନିର୍ବଚନ : ବିଜେପିର ସ୍ଥିତି ମଜଭୁତ୍
admin
Dec 9, 2019 - 09:11
Updated: Dec 9, 2019 - 09:11
ବେଙ୍ଗାଲୁର : କର୍ଣ୍ଣାଟକ ଉପନିର୍ବାଚନର ଫଳାଫଳ ଉପରେ ନିର୍ଭର କରୁଥିଲା ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ଭାଗ୍ୟ । ବହୁମତ ପାଇଁ ବିଜେପିକୁ ୭ ଆସନରେ ବିଜୟୀ ହେବା ନିହାତି ଆବଶ୍ୟକ ଥିଲା । କିନ୍ତୁ ସଦ୍ୟତମ ସୂଚନା ଅନୁଯାୟୀ ବିଜେପି ୧୨ ଆସନରେ ମଜବୁତ ସ୍ଥିତିରେ ରହିଛି । ଅର୍ଥାତ ଏହାର ୧୨ ବିଧାୟକ ପ୍ରାର୍ଥୀ ବହୁ ଭୋଟ ବ୍ୟବଧାନରେ ଆଗୁଆ ରହିଛନ୍ତି । ଅପରପକ୍ଷରେ କଂଗ୍ରେସ ଓ ଜେଡ଼ିଏସ ଅଲଗା ଅଲଗା ଭାବେ ଲଢ଼ିବାରୁ ସେମାନଙ୍କୁ ପରାଭବ ଭୋଗିବାକୁ ପଡିଛି । ଯେଉଁ ଆସନଗୁଡ଼ିକରେ ପୂର୍ବରୁ କଂଗ୍ରେସ କିମ୍ବା ଜେଡ଼ିଏସ ଜିତିଥିଲା ଏବେ ସେହି ଆସନକୁ ଛଡ଼ାଇ ନେବାକୁ ଯାଉଛି ବିଜେପି ।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଆଥନୀ, ଚିକାବଲାପୁର, ଗୋକାକ, ହିରେକେପୁର, କେଆରପୁରା, କାଗୱାଡ଼, କ୍ରୀଷ୍ଣାରାଜପେଟ, ମହାଲକ୍ଷ୍ମୀଲେଆଉଟ, ରାଣୀବେନୁର, ବିଜୟନଗର, ୟେଲାପୁର ଓ ୟେଶବନନ୍ତପୁରାରେ ବିଜେପି ଆଗରେ ଥିବାବେଳେ କଂଗ୍ରେସ ହୁନସୁର ଓ ଶିବାଜୀନଗରରେ ଆଗୁଆ ରହିଛି । ଅପରପକ୍ଷରେ ହୋସାକୋଟେରେ ସ୍ୱାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି ।
ସୂଚନାଯୋଗ୍ୟଯେ, ୨୨୩ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଝୁଲା ସରକାର ଗଠିତ ହୋଇଥିଲା । ବିଜେପି ବହୁମତ ଠାରୁ ଅଳ୍ପ ଦୂରରେ ରହିଯିବାରୁ ଜେଡ଼ିଏସ ଓ କଂଗ୍ରେସ ମିଳିତ ସରକାର ଗଠନ କରିଥିଲେ । ତୃତୀୟ ସ୍ଥାନରେ ରହି ଜେଡ଼ିଏସ ହିଁ ସରକାର ଗଢ଼ିଥିଲା । ପରବର୍ତୀ ସମୟରେ ଉଭୟ ଦଳର କେତେକ ବିଧାୟକ ବିଜେପି କ୍ୟାମ୍ପକୁ ପଳାଇଥିଲେ । ଫଳରେ ସେଠାରେ ଜେଡ଼ିଏସ ଓ କଂଗ୍ରେସ ସରକାରର ପତନ ଘଟିଥିଲା ।