ନୂଆ ବଜାରରେ ପୁରୁଣା ଜିନିଷ
ନୂଆ ବଜାରରେ ପୁରୁଣା ଜିନିଷ
କେତୋଟି ଅନ-ଲାଇନ ସାଇଟ ରହିଛି, ଯେଉଁଠାରେ କେବଳ ପୁରୁଣଶ ଜିନିଷ ମିଳୁଛି । ସେହି ସାଇଟରେ ସ୍ପଷ୍ଟ ଭାବେ ଲେଖାଯାଇଥାଏ ଯେ କେତେଜଣ ଏହାକୁ ପୂର୍ବରୁ ବ୍ୟବହାର କରିଛନ୍ତି । ଫେସନ ଜଗତରେ କେବଳ ନୂଆ ପୋଷାକ, ବ୍ୟାଗର ଯେ ବିକ୍ରି ହୁଏ, ତା’ ନୁହେଁ ନାମୀ ଦାମୀ ତାରକାମାନେ ଖୋଜିଖୋଜି ପୁରୁଣା ବ୍ୟଗକୁ ମଧ୍ୟ ଲକ୍ଷାଧିକ ଟଙ୍କାରେ କିଣୁଛନ୍ତି । ତାକୁ ମଧ୍ୟ ନୂଆ ଷ୍ଟାଇଲର ନାମ ଦିଆଯାଇଛି । ସୁପରହିଟ ଟାଇଟାନିକ ଚଳଚିତ୍ରର ଅଭିନେତ୍ରୀ କେଟ୍ ୱିନସ୍ଲେଟ୍ ପୁରୁଣା ଜିନିଷ କିଣିବାକୁ ନିୟମିତ ଭାରତ ଆସନ୍ତି । କେତେଥର ଗଣମାଧ୍ୟମ ହାତରେ ଧରା ପଡ଼ିବାପରେ ଏବେ ସେ ଛଦ୍ମବେଶରେ ଦିଲ୍ଲୀ, ମୁମ୍ବାଇ ଆସୁଛନ୍ତି । ଏକ ସାକ୍ଷାତକାରରେ ସେ ଏହା ସତ୍ୟ କଥା ବୋଲି ମଧ୍ୟ ସ୍ୱୀକାର କରିଥିଲେ ।




admin 