ନିଟ୍‌ ପିଜି ପରୀକ୍ଷା ସ୍ଥଗିତ

ନିଟ୍‌ ପିଜି ପରୀକ୍ଷା ସ୍ଥଗିତ

ନିଟ୍‌ ପିଜି ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ଚଳିତ ବର୍ଷ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖାଯାଇଛି । ୬ରୁ ୮ସପ୍ତାହ ପରୀକ୍ଷା ସ୍ଥଗିତ ରଖିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ମାର୍ଚ୍ଚ ୧୨ତାରିଖରେ ହେବାର ଥିଲା ନିଟ୍ ପିଜି ପରୀକ୍ଷା । କିନ୍ତୁ ବର୍ତ୍ତମାନ ପରୀକ୍ଷା ସ୍ଥଗିତ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଦେ୍ର୍ଧଶନାମା ଜାରି କରାଯାଇଛି । 

ତେବେ ଖୁବ୍ ଶୀଘ୍ର ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି  । ପରୀକ୍ଷା ସ୍ଥଗିତକୁ ନେଇ ଛାତ୍ରମାନେ ବହୁ ଦିନ ଧରି ଦାବି କରି ଆସୁଥିଲେ  । କାଉନସେଲିଂ ତାରିଖକୁ ନେଇ ବିବାଦ ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଥିବା ଜଣାପଡିଛି  ।