ନିଜ ହାତରେ କରି ତାୱା ମସରୁମ ଖାଆନ୍ତୁ, ଭୁଲି ଯିବେ ହୋଟେଲ ସ୍ୱାଦ
ନିଜ ହାତରେ କରି ତାୱା ମସରୁମ ଖାଆନ୍ତୁ, ଭୁଲି ଯିବେ ହୋଟେଲ ସ୍ୱାଦ
admin
Apr 2, 2021 - 13:03
Updated: Apr 2, 2021 - 13:03
ତାୱା ମସରୁମ
ସାମଗ୍ରୀ:
କଟା ମସରୁମ :୨ କପ
କଟାପିଆଜ: ୧/୩ କପ
କଟା ଟମାଟୋ:୧ କପ
କ୍ୟାପସିକମ: ୧/୨ ଚାମଚ
ଅଦା ,ରସୁଣ ବଟା :୧/୨ ଚାମଚ
ବଟର: ୨ ଚାମଚ
ଯୁଆଣି: ୧/୪ ଚାମଚ
ଜିରା: ୧/୪ ଚାମଚ
ହଳଦୀ ଗୁଣ୍ଡ: ୧/୪ ଚାମଚ
ଧନିଆ ଗୁଣ୍ଡ: ୧/୨ ଚାମଚ
ଲଙ୍କାଗୁଣ୍ଡ:୧/୨ ଚାମଚ
ପାୱଭାଜି ମସଲା: ୧ ଚାମଚ
କସୁରି ମେଥି: ୧/୪ ଚାମଚ
ଧନିଆ ପତ୍ର: ୨ ଚାମଚ
ଲୁଣ ପ୍ରୟୋଜନ ଅନୁସାରେ
ପ୍ରଣାଳୀ: ପ୍ରଥମେ ଗ୍ୟାସରେ ତାୱା ବସାଇ ସେଥିରେ ବଟର ଦିଅନ୍ତୁ । ତାପରେ ଯୁଆଣି ଓ ଜିରା ପକାଇ ଭାଜନ୍ତୁ । ସେଗୁଡିକ ଭାଜି ହେଲା ପରେ କଟାପିଆଜ ପକାଇ ହାଲକା ଲାଲ ହେବା ଯାଏ ଭାଜନ୍ତୁ । ପିଆଜ ଲାଲ ହେବା ଯାଏ ଭାଜନ୍ତୁ । ପିଆଜ ଲାଲ ହେଲା ପରେ ଅଦା ରସୁଣ ବଟା ପକାଇ କିଛି ସମୟ କଷନ୍ତୁ । ମସଲା କଷି ହୋଇଗଲା ପରେ ସେଥିରେ କଟା କଂଚାଲଙ୍କା ଓ ଟମାଟୋ ପକାଇ ଗୋଳାଇ ଦିଅନ୍ତୁ । ତାପରେ କ୍ୟାପସିକମ ପକାଇ ଅଳ୍ପ ସମୟ ପର୍ଯ୍ୟନ୍ତ ଭାଜନ୍ତୁ । ସେଥିରେ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କାଗୁଣ୍ଡ, ପାୱଭାଜି ମସଲା ଓ ଗରମ ମସଲା ପକାଇ ଭଲ ଭାବେ କଷନ୍ତୁ । ମସଲା କଷି ହୋଇଗଲା ପରେ ମସରୁମ ପକାଇ ଗୋଳାଇ ଦିଅନ୍ତୁ । ତାପରେ ଲୁଣ ଓ ପାଣି ଦେଇ କିଛି ସମୟ ଗୋଳାଇ ସାରିଲା ପରେ ଢାଙ୍କୁଣୀ ଘୋଡାଇ ମସରୁମରୁ ପାଣି ଛାଡିବା ଯାଏ ଫୁଟାବାକୁ ଛାଡିଦିଅନ୍ତୁ । ପାଣି ଛାଡଗଲା ପରେ ଧନିଆ ପତ୍ର ଓ କସୁରି ମେଥି ପକାଇ ଗୋଳାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଅନ୍ୟ ଏକ ପାତ୍ରକୁ କାଢି ରୁଟି ସହିତ ଗରମ ଗରମ ନିଜେ ଖଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆନ୍ତୁ ।