ରୁଟି ସିଙ୍ଗଡା

ରୁଟି ସିଙ୍ଗଡା

ସାମଗ୍ରୀ: - ଅଟାରେ ତିଆରି ରୁଟି - କଟା କ୍ୟାପସିକମ୍ - କଟା କୋବି - ଗ୍ରୀନ ମଟର - କଟା ବନ୍ଧାକୋବି - କଟା ବିନ୍ - କଟା ଟମାଟୋ - କଟା ଗାଜର - କୋରା ପନିର - ଗୋଲମରିଚ ଗୁଣ୍ଡ - ଗରମ ମସଲା - ସିଝା ଆଳୁ ଚକଟା - ମଇଦା - ରିଫାଇନ୍ ତେଲ ଓ ଲୁଣ ପ୍ରଣାଳୀ: ପ୍ରଥମେ ଗୋଟେ ରୁଟିକୁ ଦୁଇ ଭାଗ କରି ସିଙ୍ଗେଡ଼ା ଆକାରରେ ଗଢି ରଖନ୍ତୁ। ତାପରେ କଡ଼େଇରେ ତେଲ ଗରମ କରି ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଗଲେ ପରେ କଟା କ୍ୟାପସିକମ୍, କଟା କୋବି, ଗ୍ରୀନ ମଟର ପକାଇ ଭାଜନ୍ତୁ। ଏହାପରେ କଟା ବନ୍ଧାକୋବି, କଟା ବିନ୍, କଟା ଟମାଟୋ ଓ ଗାଜର ପକେଇ ଭାଜନ୍ତୁ। ପରିବା ସବୁ ଭାଜି ହୋଇଗଲେ କୋରା ପନିର, ସ୍ୱାଦ ଅନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ ଓ ଗରମ ମସଲା ପକାନ୍ତୁ। ତାପରେ ସିଝା ଆଳୁକୁ ଚକଟି ସେଥିରେ ପକେଇ ଭଲଭାବେ ଗୋଳେଇ ଘୋଡ଼ଣୀ ଘୋଡେ଼ଇ ଦିଅନ୍ତୁ। ୨ ମିନିଟ୍ ପରେ ପରିବା ପୂରକୁ ବାହାର କରି ରଖନ୍ତୁ। ଏହାପରେ ପୂର୍ବରୁ ତିଆରି ହୋଇଥିବା କୋନ୍ ଆକାରର ଖୋଳରେ ପ୍ରସ୍ତୁତ ପରିବା ପୁରକୁ ପୁରାଇ ମଇଦା ଆଣରେ ବୁଡ଼ାଇ ଛାଣନ୍ତୁ। ପ୍ରସ୍ତୁତ ହୋଇଯିବ ରୁଟି ସିଙ୍ଗେଡ଼ା। ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ।