ନଭେମ୍ବର ୨୦ରୁ ଶୀତ ଅଧିବେଶନ

ନଭେମ୍ବର ୨୦ରୁ ଶୀତ ଅଧିବେଶନ

ନଭେମ୍ବର ୨୦ରୁ ଶୀତ ଅଧିବେଶନ
ଭୁବନେଶ୍ୱର : ଆସନ୍ତା ନଭେମ୍ବର ୨୦ରୁ ଗୁରୁତ୍ୱପୂର୍ଣ୍ଣ ଶୀତ ଅଧିବେଶନ ଅନୁଷ୍ଠିତ ହେବ । କରୋନା ଯୋଗୁଁ ବିଧାନସଭା ଖୁବ କମ ସମୟ ପାଇଁ ବସିଥିବାରୁ ଏହି ଶୀତ ଅଧିବେଶନଟି ବେଶ ଦୀର୍ଘ ହୋଇଛି । ନଭେମ୍ବର ୨୦ରୁ ଆରମ୍ଭ ହୋଇ ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ବୋଲି ଦିନ ଧାର୍ଯ୍ୟ ହୋଇଛି । ନଭେମ୍ବର ୨୦ରେ ଅତିରିକ୍ତ ବଜେଟ ଆଗତ କରାଯିବ । ବିଧାନସଭାର ଶୀତ ଅଧିବେଶନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟଯେ, କରୋନା ଯୋଗୁଁ ବଜେଟ ଅଧିବେଶନ କାଂଟଛାଂଟ ହୋଇଯାଇଥିଲା । ଏପରିକି ଅନେକ ବିଭାଗର ଖର୍ଚ୍ଚଦାବି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ବି ହୋଇପାରିନଥିଲା । ସେହିପରି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ମୌସୁମୀ ଅଧିବେଶନ ବି ସ୍ୱଳ୍ପକାଳୀନ ହୋଇଥିଲା । କରୋନା କାଳରେ ବିଧାନସଭା ଅଧିବେଶନ ଅନୁଷ୍ଠିତ ହେଉଥିବାରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯିବ । ବିଧାୟକ ଓ ସାମ୍ବାଦିକମାନଙ୍କ ଠାରୁ ନେଇ ବିଧାନସଭା କର୍ମଚାରୀ, ପୁଲିସଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର କରୋନା ପରୀକ୍ଷା କରାଯିବ ।