ନବୀନଙ୍କୁ ଭେଟିଲେ କବିତା କ୍ରିଷ୍ଣାମୂର୍ତ୍ତି

ନବୀନଙ୍କୁ ଭେଟିଲେ କବିତା କ୍ରିଷ୍ଣାମୂର୍ତ୍ତି

ନବୀନଙ୍କୁ ଭେଟିଲେ କବିତା କ୍ରିଷ୍ଣାମୂର୍ତ୍ତି

ଭୁବନେଶ୍ବର: ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରସିଦ୍ଧ କଣ୍ଠଶିଳ୍ପୀ କବିତା କ୍ରିଷ୍ଣାମୂର୍ତ୍ତୀ ଏବଂ ପଦ୍ମ ବିଭୂଷଣ ଏଲ. ସୁବ୍ରମଣ୍ୟମ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।  ନବୀନ ନିବାସରେ ଏହି ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ମଙ୍ଗଳବାର ପ୍ରଭୁ ଲିଙ୍ଗରାଜଙ୍କ ଭଜନ ସମାରୋହ କାର୍ୟ୍ୟକ୍ରମ ଯୋଗ ଦେବାକୁ ଆସିଥିବା ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ସଙ୍ଗୀତ ଜଗତର ଏହି ଦୁଇ ଲୋକପ୍ରିୟ କଳାକାର। ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିୟାନ ଉପସ୍ଥିତ ଥିଲେ ।

କବିତା କ୍ରିଷ୍ଣାମୂର୍ତ୍ତି ଦେଶର ଜଣେ ପରିଚିତ କଣ୍ଠଶିଳ୍ପୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ସେହିପରି ଏଲ. ସୁବ୍ରମଣ୍ୟମ୍ ମଧ୍ୟ ଜଣେ ସୁନାମଧନ୍ୟ ଭାଓଲିନ ବାଦକ ଅଟନ୍ତି । ସଙ୍ଗୀତ ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନ ମିଳିଛି । ଗତକାଲି(ମଙ୍ଗଳବାର) ମହାଶିବରାତ୍ରି ଅବସରରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଜାତୀୟସ୍ତରୀୟ ଭଜନ ସମାରୋହ ଆୟୋଜିତ ହୋଇଥିଲା । କବିତା କ୍ରୀଷ୍ଣାମୂର୍ତ୍ତି ଏବଂ ଏଲ ସୁବ୍ରମଣ୍ୟମ ଏହି ସମାରୋହରେ ଯୋଗ ଦେବାକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।