ନଦୀରେ ଭାସି ୪ ନିଖୋଜ
ନଦୀରେ ଭାସି ୪ ନିଖୋଜ
admin
Sep 29, 2020 - 07:07
Updated: Sep 29, 2020 - 07:07
ଗରଦପୁର / ବଣାଇଁଗଡ଼: ଦୁଇଟି ପୃଥକ ସ୍ଥାନରେ ନଦୀରେ ଭାସି ଯାଇ ୪ ଜଣ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କର କୌଣସି ପତ୍ତା ମିଳିନାହିଁ । ଏହି ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ବ୍ଲକ ମଧୁଶାସନ ପଞ୍ଚାୟତର ଚାଟରା ଗ୍ରାମରେ ଘଟିଛି । ଦିନ ପ୍ରାୟ ୧୨ଟା ସମୟରେ ସେହେରାବ ଅଲ୍ଲୀଙ୍କ ପୁଅ ସେକ ସବୁଲ ଅଲ୍ଲୀ (୧୦) ଓ ରାଜ ସାଓନଙ୍କ ପୁଅ ଅଜିଜ ସାୱନ (୧୫) ଚିତ୍ରୋପôଳା ନଦୀରେ ଗାଧୋଉଥିଲେ । ବମ୍ବେରୁ ସେହେରାବଙ୍କ ଘରକୁ ବୁଲି ଆସିଥିବା ସେଠାକାର ଗ୍ୟାରେଜ ସହଯୋଗୀ ଅଭିଷେକ (୩୨) । ଏହି ସମୟରେ ନଦୀ କୂଳରେ ଗାଧୋଉଥିଲେ । ଅସାବଧାନତାରୁ ସବୁଲ ଅଲ୍ଲୀ ଓ ଅଜିଜ ସାୱନ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ନିକଟରେ ଥିବା ଅଭିଷେକ ତୁରନ୍ତ ନଦୀସ୍ରୋତକୁ ଡେଇଁ ବୁଡ଼ି ଯାଉଥିବା ୨ ନାବାଳକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ପ୍ରଥମେ ଅଜିଜ ସାୱନଙ୍କୁ ଉଦ୍ଧାର କରି କୂଳରେ ଛାଡ଼ିବା ପରେ ସେ ସବୁଲ ଅଲ୍ଲୀକୁ ଉଦ୍ଧାର କରିବା ପାଇଁ ପୁଣି ସୁଅକୁ ଚାଲିଯାଇଥିଲେ, ହେଲେ ସବୁଲ ଅଲୀ ଓ ନିଜେ ଅଭିଷେକ ନଦୀ ସ୍ରୋତରେ ନିଖୋଜ ହୋଇଯାଇଥିଲେ । ସେହିଭଳି ଅନ୍ୟ ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳା ବ୍ରାହ୍ମଣୀ ନଦୀରେ ଘଟିଛି । ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳର କେତେକ ନାବାଳକ ଛାତ୍ର ଭୋଜି କରିବାକୁ ଆସି ନଦୀରେ ଗାଧୋଉଥିଲେ । ମାତ୍ର, ପ୍ରସନ୍ନ ସାହୁ (୧୪) ଓ ଆଇୟନ ଟକ (୧୪) ନାମକ ଦୁଇ ଜଣ ନବମ ଶ୍ରେଣୀ ଛାତ୍ର ନଦୀରେ ଗୋଡ଼ ଧୋଉ ଧୋଉ ପାଣି ସୁଅରେ ଭାସି ଯାଇଥିଲେ । ଏଣେ ଦୁଇ ଜଣ ନାବାଳକ ନିଢେ଼ଖାଜ ହେବା ପରେ ତାଙ୍କୁ ଆଣିଥିବା ଟିଉସନ ଶିକ୍ଷକ ଏବଂ ତାଙ୍କ ପତ୍ନୀ ସେଠାରେ ସଂଜ୍ଞାହୀନ ହେବାର ଅଭିନୟ କରି ଘଟଣା ସ୍ଥଳରୁ ଫେରାର ହୋଇଛନ୍ତି । ଏହି ବିରତୋଳା ନଦୀ ଶଯ୍ୟା ପିକନିକ ପାଇଁ ନିଷିଦ୍ଧ ଥିବା ବେଳେ ସେମାନେ କିପରି ସେଠାକୁ ବଣଭୋଜି ପାଇଁ ଗଲେ ତାହାକୁ ନେଇ ପ୍ରଶ୍ନ ଉଠିଛି ।