ନଗଡା ଭଳି କୋଇଡାରେ ସାମ୍ନାକୁ ଆସିଲା ନଗ୍ନ ଚିତ୍ର , ଭୋକରେ ପତ୍ର ଚାଟୁଥିବା ଶିଶୁର ଭିଡିଓ ଭାଇରାଲ

ନଗଡା ଭଳି କୋଇଡାରେ ସାମ୍ନାକୁ ଆସିଲା ନଗ୍ନ ଚିତ୍ର , ଭୋକରେ ପତ୍ର ଚାଟୁଥିବା ଶିଶୁର ଭିଡିଓ ଭାଇରାଲ

ନଗଡା ଭଳି କୋଇଡାରେ ସାମ୍ନାକୁ ଆସିଲା ନଗ୍ନ ଚିତ୍ର , ଭୋକରେ ପତ୍ର ଚାଟୁଥିବା ଶିଶୁର ଭିଡିଓ ଭାଇରାଲ
କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ମାଲଦା ପଞ୍ଚାୟତ ଗଣୁଆ ଗ୍ରାମ ସୁନାପଶି ଡାଡୁଗୋଠ ସାହିର ଏକ ଶିଶୁପୁତ୍ର ଅଇଁଠା ଖଲିରୁ ଖାଦ୍ୟ ସଂଗ୍ରହ କରି ଖାଉଥିବାର ଭିଡିଓ ଦୁଇ ଦିନ ହେବ ଭାଇରାଲ ହେବାରେ ଲାଗିଛି । ଘଟଣା ଅନୁସାରେ ସେହି ପଡ଼ାରେ ୧୦ ରୁ ୧୨ ଘର ବାସ କରନ୍ତି । ପଡ଼ାରେ ରୁହନ୍ତି ରାବଣ ମୁଣ୍ଡା । ତାଙ୍କ ପତ୍ନୀଙ୍କର ଗତ କିଛି ମାସ ତଳେ ମୃତୁ୍ୟ ହୋଇଯାଇଛି । ତିନି ଛୁଆଙ୍କ ମଧ୍ୟରୁ ଜଣଙ୍କୁ ୭ ବର୍ଷ, ଜଣେ ୫ ବର୍ଷ ଆଉ ଜଣେ ଅଢେ଼ଇ ବର୍ଷର । ଖାଦ୍ୟ ଅଭାବ ଓ ଅନଟନ ଯୋଗୁଁ ଓଳିଏ ଖାଇବାକୁ ପାଇଲେ ଓଳିଏ ଉପାସରେ ରୁହନ୍ତି । ବାପା ରାବଣ ନ ଖଟିଲେ ନ ଚଳେ । କିଛି ଦିନ ତଳେ ଗାଁରେ ଏକ ବାହାଘର ଭୋଜି ହୋଇଥିଲା । ସାନ ପୁଅ ଭୋକ ସମ୍ଭାଳି ନ ପାରି ଅଇଁଠା ଖଲିରେ ଲାଗିଥିବା ଖାଦ୍ୟ ଚାଟି ଚାଟି ଖାଉଥିବା ଭିଡିଓ ଭାଇରାଲ ହେବା କଥା ରାବଣଙ୍କୁ କୁହାଯାଇଥିବା ବେଳେ ସେ କଥାକୁ ସ୍ୱୀକାର କରିଥିଲେ । ଛୁଆଙ୍କୁ ଛାଡ଼ି କାମ କରିବାକୁ ଗଲେ ସେମାନେ ଏଣେତେଣେ ବୁଲୁଥିବା ବାପା ରାବଣ କହିଛନ୍ତି । ଜାଳେଣି କାଠ ବିକି୍ର କରି ପରିବାର ପ୍ରତିପୋଷଣ କରୁଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ରରେ ଛତୁଆଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଦୁଇରୁ ତିନି ମାସ ବ୍ୟବଧାନରେ ମିଳୁଥିବା ପଡ଼ାବାସୀ ଅଭିଯୋଗ କରନ୍ତି ।