ନକଲି ଏନ୍ସିବି ଅଧିକାରୀଙ୍କ ପାଇଁ ଜୀବନ ହାରିଲେ ଅଭିନେତ୍ରୀ
ନକଲି ଏନ୍ସିବି ଅଧିକାରୀଙ୍କ ପାଇଁ ଜୀବନ ହାରିଲେ ଅଭିନେତ୍ରୀ
ମୁମ୍ବାଇ: ନକଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅଧିକାରୀଙ୍କ ପାଇଁ ଜୀବନ ହାରିଛନ୍ତି ଜଣେ ଯୁବ ଅଭିନେତ୍ରୀ। ଏହି ଦୁଇ ନକଲି ଏନସିବି ଅଧିକାରୀ ଅଭିନେତ୍ରୀଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ ଚାପ ପକାଉଥିଲେ। ଏଥିସହ ସେମାନେ ତାଙ୍କୁ ହଇରାଣ ମଧ୍ୟ କରୁଥିଲେ।
ଏହାକୁ ସହ୍ୟ ନକରି ପାରି ଅଭିନେତ୍ରୀ ଜଣଙ୍କ ତାଙ୍କ ମୁମ୍ବାଇ ସ୍ଥିତି ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିଥିବା ଏହି ୨୮ ବର୍ଷୀୟ ଅଭିନେତ୍ରୀଙ୍କୁ ନକଲି ଏନସିବି ଅଧିକାରୀ ଦ୍ୱୟ ଡ୍ରଗ୍ସ କେସ୍ରେ ଫସାଇ ଦେବାକୁ ଧମକ ଦେଉଥିଲେ। ଅଭିନେତ୍ରୀ ଆତ୍ମହତ୍ୟା କରିବା ପରେ ମୁମ୍ବାଇ ପୁଲିସ୍ ଦୁଇ ନକଲି ଏନସିବି ଅଧିକାରୀଙ୍କୁ ଗିରଫ କରିଛି। ଏହି ଘଟଣାରେ ଆଉ କିଛି ଲୋକ ସାମିଲ ଥିବାରୁ ଆଗକୁ ଗିରଫଦାରୀ ବଢ଼ିବ ବୋଲି ପୁଲିସ୍ କହିଛି। ପୁଲିସ ସୁରଜ ପରଦେଶୀ ଓ ପ୍ରବୀଣ ଭାଲିମ୍ବେ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛୁ। ଅଭିନେତ୍ରୀଙ୍କ ଠାରୁ ପ୍ରଥମେ ୪୦ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ଏହି ରାଶି ୨୦ ଲକ୍ଷକୁ ଖସିଥିଲା।




admin 