ଧାନବାଦରେ ଯୋଜନାବଦ୍ଧ ଭାବେ ବିଚାରପତିଙ୍କୁ ହତ୍ୟା

ଧାନବାଦରେ ଯୋଜନାବଦ୍ଧ ଭାବେ ବିଚାରପତିଙ୍କୁ ହତ୍ୟା

ଧାନବାଦରେ ଯୋଜନାବଦ୍ଧ ଭାବେ ବିଚାରପତିଙ୍କୁ ହତ୍ୟା

ଝାଡ଼ଖଣ୍ଡ:  ଧାନବାଦ ରାଜରାସ୍ତାରେ ଯୋଜନାବଦ୍ଧ ଭାବେ ଯେଭଳି ଜଣେ ବିଚାରପତିଙ୍କୁ ହତ୍ୟା କରାଗଲା ତାହା ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଧାନବାଦ ଜିଲ୍ଲା ଜଜ ଉତ୍ତମ ଆନନ୍ଦ ସବୁଦିନ ପରି ବୁଧବାର ମଧ୍ୟ ପ୍ରାତଃ ଭ୍ରମଣରେ ବାହାରିଥିଲେ । ଆଉ ଘର ଠାରୁ କିଛି ଦୂର ଯିବା ପରେ ପଛରୁ ଏକ ଅଟୋ ଆସି ରାସ୍ତା ମଝିରେ ଯିବା ବଦଳରେ ଟିକିଏ ବାମ ପଟକୁ ଯାଇ ପ୍ରାତଃଭ୍ରମଣରେ ଯାଉଥିବା ବିଚାରପତିଙ୍କୁ ପଛପଟୁ ଧକ୍କା ଦେଇଥିଲା ।
ତେବେ ପ୍ରଥମେ ପ୍ରଥମେ ସମସ୍ତେ ଭେବିଥିଲେ ଏହା କୌଣସି ଦୁର୍ଘଟଣା ହୋଇଥିବ । ଯେତେବେଳେ ସିସିଟିଭି ଫୁଟେଜ ସାମନାକୁ ଆସିଲା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଗଲା । କାରଣ ଏହା ଦୁର୍ଘଟଣା ନଥିଲା ଯୋଜନାବଦ୍ଧ ଆକ୍ରମଣ ଥିଲା । ସିସିଟିଭି ଫୁଟେଜ ପାଇବା ପରେ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଥିଲା । ସେପଟେ ସବୁଦିନ ସକାଳ ୭ ଟା ସୁଦ୍ଧା ଘରକୁ ଫେରି ଆସୁଥିବା ବିଚାରପତି ନଆସିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ସ୍ଥାନୀୟ ଥାନାକୁ ଜଣାଇଥିଲେ । ପରେ ବିଚାରପତିଙ୍କ ଅଙ୍ଗରକ୍ଷକ ମେଡିକାଲ ଆସି ମୃତଦେହ ଚିହ୍ନଟ କରିବା ସହ ଏତଲା ଦେଇଥିଲେ ।

ମାମଲା ବେଶ ଗମ୍ଭୀର ଥିବାରୁ ପୋଲିସ ତୁରନ୍ତ ଆକ୍ସନକୁ ଆସିଯାଇଥିଲା । ଧାନବାଦ ନିକଟ ଗିରିଡିହି ପୋଲିସ ସନ୍ଦେହରେ ୩ ଜଣଙ୍କୁ ଉଠାଇବା ସହ ଜେରା କରିଥିଲା । ଆଉ ସେମାନେ ହିଁ ଘଟଣାରେ ସମ୍ପୃକ୍ତ ବୋଲି ଜାଣିବା ପରେ ଗିରଫ କରିଥିଲା । ଆଉ ଏକ ସ୍ଥାନରେ ଚଢାଉ କରି ଅଟୋକୁ ମଧ୍ୟ ଜବତ କରିଥିଲା ।

ପୋଲିସ ସୂଚନା ଅନୁସାରେ ୬ ମାସ ପୂର୍ବେ ଧାନବାଦ ଜିଲ୍ଲା ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରି ଧାନବାଦ ଆସିଥିଲେ । ପରିବାର ସହ ବିଚାରପତି କଲୋନୀରେ ରହୁଥିଲେ । ସବୁଦିନ ପରି ବୁଧବାର ମଧ୍ୟ ସେ ପ୍ରାତଃ ଭ୍ରମଣରେ ଯାଇଥିଲେ । ଆଉ ସ୍ଥାନୀୟ ରଣଦୀର ବର୍ମା ଛକ ସ୍ଥିତ ନୂଆ ବିଚାରପତି କଲୋନୀ ନିକଟରେ ଏହି ଘଟଣା ଘଟିଥିଲା । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯେଉଁ ଅଟୋରେ ଏହି ସମସ୍ତ ଘଟଣା ଘଟିଥିଲା ସେହି ଅଟୋକୁ ପୋଲିସ ଜବତ କରିଛି । ଯାହା ଏକ ଚୋରା ଅଟୋ ବୋଲି ଜଣାପଡିଛି ।
ଅନ୍ୟପଟେ ଘଟଣାକୁ ନେଇ ଝାଡଖଣ୍ଡ ସରକାର ମଧ୍ୟ ଆକ୍ସନକୁ ଆସିଯାଇଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଏକ ସପ୍ତାହରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।