ଦ୍ବିତୀୟ ବିବାହ କଲେ ହରିଶ୍‌ ସାଲ୍‌ଭେ

ଦ୍ବିତୀୟ ବିବାହ କଲେ ହରିଶ୍‌ ସାଲ୍‌ଭେ

ଦ୍ବିତୀୟ ବିବାହ କଲେ ହରିଶ୍‌ ସାଲ୍‌ଭେ
ଲଣ୍ଡନ: ବିବାହ ବନ୍ଧନରେ ବାନ୍ଧି ହେଲେ ହରିଶ୍‌ ସାଲ୍‌ଭେ । ଜଣାଶୁଣା ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ବୁଧବାର ତାଙ୍କ ବନ୍ଧୁ କାରୋଲିନ୍‌ ବ୍ରୋସାର୍ଡଙ୍କ ସହ ଲଣ୍ଡନର ଏକ ଚର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କରୋନା ଗାଇଡ ଲାଇନ ଅନୁସରଣ କରି ଉଭୟେ ଚର୍ଚ୍ଚରେ ରୀତିନୀତି ଭାବେ ଏହି ବିବାହ କରିଛନ୍ତି। ଉଭୟ ହରିଶ ସାଲଭେ ଏବଂ କାରୋଲିନଙ୍କର ଏହା ଦ୍ୱିତୀୟ ବିବାହ। ଉଭୟଙ୍କ କଳା ପ୍ରଦର୍ଶନୀରେ ସାକ୍ଷାତ ହୋଇଥିଲା। ଏହା ପରେ ସେମାନଙ୍କର ବନ୍ଧୁତା ବଢ଼ି ପ୍ରେମରେ ପରିଣତ ରୂପାନ୍ତରିତ ହୋଇଥିଲା। ବର୍ତ୍ତମାନ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୬୪ ବର୍ଷୀୟ ହରିଶ ବ୍ରିଟେନର କୁଇନ୍ସ କାଉନସିଲ। ଗତ ମାସରେ ସେ ତାଙ୍କ ସ୍ତ୍ରୀ ମୀନାକ୍ଷୀ ସାଲଭେଙ୍କୁ ଛାଡ଼ପତ୍ର ଦେଇ ଆଇନଗତ ଭାବରେ ଅଲଗା ହୋଇଥିଲେ। ହରିଶ ଏବଂ ମୀନାକ୍ଷୀଙ୍କ ମଧ୍ୟ ଦୁଇଟି ଝିଅ ଅଛନ୍ତି। ସେହିପରି କାରୋଲିନଙ୍କୁ ୫୬ ବର୍ଷ। ତାଙ୍କର ମଧ୍ୟ ଏକ ଝିଅ ଅଛି।