ଦୋକାନୀମାନେ ସାବଧାନ : ଦୋକାନରେ ଭିଡ ହେଲେ ୭ ଦିନ ସିଲ ହେବ

ଦୋକାନୀମାନେ ସାବଧାନ : ଦୋକାନରେ ଭିଡ ହେଲେ ୭ ଦିନ ସିଲ ହେବ

ଦୋକାନୀମାନେ ସାବଧାନ : ଦୋକାନରେ ଭିଡ ହେଲେ ୭ ଦିନ ସିଲ ହେବ

ଭୁବନେଶ୍ୱର : ରାଜ୍ୟ ସରକାର ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି  । ଓମିକ୍ରନ ଧିରେଧିରେ କାୟା ବିସ୍ତାର କରୁଥିବାରୁ କଡ଼ା କଟକଣା କରାଯିବ  । ପୂର୍ବଭଳି ଆଉ କୋହଳ କରାଯିବ ନାହିଁ  । ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି  ।

ସେ କହିଛନ୍ତିଯେ, ସପିଂ ମଲ, ହାଟ, ବଜାରରେ ଭିଡ଼ ନିୟନ୍ତ୍ରଣ କରିବା ହେଉଛି ଦୋକାନୀମାନଙ୍କର ଦାୟିତ୍ୱ  । ଯଦି କୌଣସି ମଲ ବା ଦୋକାନରେ ବେଶୀ ଭିଡ଼ ଜମେ ତେବେ ସେହି ଦୋକାନଗୁଡ଼ିକ ସିଲ କରି ଦିଆଯିବ  ।  ଅପରପକ୍ଷରେ ହୋଟେଲ, ପବ, ବାର ରାତି ୯ଟା ପର୍ଯ୍ୟନ୍ତ ଖୋଲିବ  । ୫୦% ସିଟ ହିଁ ପୂରଣ ହେବ  । ଏବେ ଭଳି ଫୁଲ କାପାସିଟି ବା ପୂର୍ଣ୍ଣ ସାମର୍ଥ୍ୟରେ ତାହା ଚାଲିପାରିବ ନାହିଁ  । ନିଜ ଦୋକାନ ଆଗରେ ଭିଡ଼ ନିୟନ୍ତ୍ରଣ ଦାୟିତ୍ୱ ଦୋକାନୀ ମାଲିକଙ୍କର  । ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ  । ବସ, କାରରେ ସମସ୍ତେ ସବୁ ସମୟରେ ମାସ୍କ ପରିଧାନ କରିବ  । ସେମାନଙ୍କର ଥର୍ମାଲ ସ୍କାନିଂ ଓ ସାନିଟାଇଜେସନ କରାଯିବ  ।