ଦେଶରେ ୨୪ ଘଂଟାରେ ୨୯୯ ମୃତୁ୍ୟ

ଦେଶରେ ୨୪ ଘଂଟାରେ ୨୯୯ ମୃତୁ୍ୟ

ଦେଶରେ ୨୪ ଘଂଟାରେ ୨୯୯ ମୃତୁ୍ୟ
ନୂଆଦିଲ୍ଲୀ :ଦେଶରେ କରୋନା ସଂକ୍ରମଣ ହାର ଖସିବାରେ ଲାଗିଛି ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧ ହଜାର ୮୨୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୨୯୯ ଜଣଙ୍କର ମୃତ୍ୟୁ ଘଟିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା ୧ କୋଟି ୨ ଲକ୍ଷ ୬୬ ହଜାର ୬୭୪ ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ ହଜାର ୭୩୮ ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ୨ ଲକ୍ଷ ୫୭ ହଜାର ୬୫୬ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୯୮ ଲକ୍ଷ ୬୦ ହଜାର ୨୮୦ ଜଣ ଲୋକ ସୁସ୍ଥ ହୋଇଛନ୍ତି ।