ଦେଶରେ ୨୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ
ଦେଶରେ ୨୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ ୨୦,୦୦୦ ତଳକୁ ଖସିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା କଟକଣା କୋହଳ ହେବା ସତ୍ତ୍ବେ ମଧ୍ୟ ସଂକ୍ରମଣ କମ ହେବା ଏବେ ଭାରତ ସରକାରଙ୍କ ପାଇଁ ବଡ଼ ଉପଲବ୍ଧି ପାଲଟିଛି। ୨୦୧ ଦିନ ପରେ ପ୍ରଥମ ଥର ପାଇଁ ସଂକ୍ରମଣ ଏତେ ପରିମାଣରେ ହ୍ରାସ ପାଇଛି। ଏହା କେବଳ ଟିକାକରଣ ପାଇଁ ସମ୍ଭବ ହୋଇପାରିଥିବା କୁହାଯାଉଛି। ଦେଶରେ ଏବେ ୮୭,୦୭,୦୮,୬୩୬ ଲୋକଙ୍କୁ ଟିକା ଦିଆଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୭୯୫ ନୂତନ ସଂକ୍ରମଣ ଓ ୧୭୯ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୩୬,୯୭,୫୮୧ ଓ ମୃତ୍ୟୁସଂଖ୍ୟା ୪,୪୭,୩୭୩ରେ ପହଞ୍ଚିଛି।
ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୨୬,୦୩୦ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୨୯,୫୮,୦୦୨ରେ ପହଞ୍ଚିଛି। ଞ୍ଜଞ୍ଜଞ୍ଜଞ୍ଜଞ୍ଜ
ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୯୨,୨୦୬।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୮୭, ୭, ୦୮, ୬୩୬ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୧,୦୨,୨୨,୫୨୫ ଡୋଜ୍ ଟିକା।




admin 