ଦେଶରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ, କେବଳ କେରଳରେ ୭୦ ପ୍ରତିଶତ
ଦେଶରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ, କେବଳ କେରଳରେ ୭୦ ପ୍ରତିଶତ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଗ୍ରାଫ୍ ପୁଣି ଉପରମୁହାଁ ହୋଇଛି। ପୂର୍ବ ଦିନ ଠାରୁ ଦେଶରେ ୧୨ ପ୍ରତିଶତ କରୋନା ମାମଲା ବଢ଼ିଛି। ଦିନକରେ ପୁଣି ୪୭ ହଜାର ୯୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରେ କେରଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି।
ଦେଶରେ ୪୬ ହଜାର ମାମଲା ହୋଇଥିବା କେବଳ କେରଳରୁ ୩୨ ହଜାର ୮୦୨ କରୋନା ସଂକ୍ରମିତ ସାମ୍ନାକୁ ଆସିଛନ୍ତି । ଯାହା ପୂରା ମାମଲାର ୭୦ %। ସେହିପରି ଦେଶରେ ଦିନକରେ ୫୦୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ସେଥରୁ କେବଳ କେରଳରୁ ୧୭୩ ଜଣଙ୍କ ମୃତ୍ୟୁ ହୋଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଏବେ ସକ୍ରିୟ ମାମଲା ୧.୧୯ ପ୍ରତିଶତ ରହିଛି। ଭାରତରେ ୩,୮୯,୫୮୩ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।
ସେହିପରି ସୁସ୍ଥ ହାର ୯୭.୪୮ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ୩୪ ହଜାର ୧୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩,୨୦,୨୮,୮୨୫ ରହିଛି। ସମୁଦାୟ ମୃତ୍ୟୁ ସଂଖ୍ୟା ୪,୩୯,୫୨୯ ରହିଛି। ଦେଶରେ ମୋଟ କରୋନା ମାମଲା ୩,୨୮,୫୭, ୯୩୭ ରହିଛି।




admin 