ଦେଶରୁ ଦିନକରେ ୪୫ ହଜାର ନୂଆ କରୋନା ପଜିଟିଭ୍ ଚିହ୍ନଟ
ଦେଶରୁ ଦିନକରେ ୪୫ ହଜାର ନୂଆ କରୋନା ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ଗତକାଲି ତୁଳନାରେ ଆଜି ମଧ୍ୟ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ସହ ଦୀର୍ଘଦିନ ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ବି ବୃଦ୍ଧି ଘଟିଛି। ସେହିପରି ପ୍ରାୟ ୨ ମାସ ହେଲା ଆକ୍ରାନ୍ତଙ୍କ ତୁଳନାରେ ଦୈନିକ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହୁଥିବା ବେଳେ ଆଜି ଏଥିରେ ବ୍ୟତିକ୍ରମ ଘଟିଛି । ୨୪ ଘଣ୍ଟାରେ ୪୫ ହଜାର ୮୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଗତକାଲି ଅପେକ୍ଷା ଆଜି ପ୍ରାୟ ୭୦୦ ବଢ଼ି ଯାଇଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫ ହଜାର ୨୮କୁ ବୃଦ୍ଧି ପାଇଛି ।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୭ ଲକ୍ଷ ୯ ହଜାର ୫୫୭କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୬୦ ହଜାର ୭୦୪ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୯୮ ଲକ୍ଷ ୪୩ ହଜାର ୨୮୨୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୩୬ କୋଟି ୪୮ ଲକ୍ଷ ୪୭ ହଜାର ୫୪୯ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।




admin 