ଦେଶରୁ ଦିନକରେ ୩୪ ହଜାର ନୂଆ କରୋନା ପଜିଟିଭ୍ ଚିହ୍ନଟ
ଦେଶରୁ ଦିନକରେ ୩୪ ହଜାର ନୂଆ କରୋନା ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଳୀ : ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ହଜାର ୭୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଗତ ୧୧୧ ଦିନ ମଧ୍ୟରେ ସର୍ବନିମ୍ନ ସଂକ୍ରମଣ ।
ଦେଶରେ ଆରୋଗ୍ୟଙ୍କ ପ୍ରତିଶତ ୯୭.୧୭ରେ ପହଞ୍ଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୬୪ ହଜାର ୩୫୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୫୩ ଜଣଙ୍କର ମୃତ୍ୟୁ ଘଟିଛି ।
ଦେଶରେ ବର୍ତ୍ତମାନ ସବୁଠାରୁ ଅଧିକ ସଂକ୍ରମିତ ୫ଟି ରାଜ୍ୟ ମଧ୍ୟରେ ରହିଛି କେରଳ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଓ ଓଡ଼ିଶା । ଏହି ୫ଟି ରାଜ୍ୟରେ ନୂଆ କରି ୬୯.୫୮% କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ କେରଳରୁ ଚିହ୍ନଟ ହୋଇଛନ୍ତି ୨୩.୧୬% ନୂଆ ଆକ୍ରାନ୍ତ ।
୫୫୩ ମୃତକଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ ୧୦୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ କେରଳରୁ ୧୦୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ତେବେ କରୋନା ବିରୁଧରେ ଲଢ଼ିବା ପାଇଁ ଏବେ ସୁଦ୍ଧା ଦେଶରେ ୩୫.୭୫ କୋଟି ଟିକାକରଣ ହୋଇ ସାରିଲାଣି ।




admin 