ଦୀପାବଳି ଅମାବାସ୍ୟରେ କହିଁକି ପାଳନ କରାଯାଏ ପୟାଶ୍ରାଦ୍ଧ, ଜାଣନ୍ତୁ କାରଣ
ଦୀପାବଳି ଅମାବାସ୍ୟରେ କହିଁକି ପାଳନ କରାଯାଏ ପୟାଶ୍ରାଦ୍ଧ, ଜାଣନ୍ତୁ କାରଣ
ଭୁବନେଶ୍ୱର: ପ୍ରଦୀପ ପ୍ରଜ୍ଜ୍ବଳନରେ କେବଳ ଅନ୍ଧକାର ଦୂର ହୋଇ ନଥାଏ, ମଣିଷକୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଦେବଦେବୀଙ୍କ ନିକଟରେ ଦୀପ ଜାଳିଲେ ସବୁ କୁଶକ୍ତି ଦୂର ହୋଇ ମାନବକୁ ସଶକ୍ତ କରିଥାଏ। ମନ୍ତ୍ରଦ୍ରଷ୍ଟା ଋଷିଗଣଙ୍କ ମତରେ ଏହି ପର୍ବ ହେଉଛି ସୌଭାଗ୍ୟଲକ୍ଷ୍ମୀ ପ୍ରାପ୍ତିର ମହୋସôବ । ଏଥିରେ ଦୀପ ଜାଳି ସମସ୍ତ କୁଶକ୍ତିକୁ ନାଶ କରିବା ପାଇଁ ପ୍ରାର୍ଥନା କରାଯାଏ । ଦୀପ ହେଉଛି ଅଗ୍ନିର ପ୍ରତୀକ । ଭାରତୀୟ ପରମ୍ପରାରେ ଦୀପ ବିନା କୌଣସି ପବିତ୍ର କାର୍ୟ୍ୟ କରାଯାଇନଥାଏ । ପୂଜା ଅନୁଷ୍ଠାନ ମାନଙ୍କର ଶୁଭାରମ୍ଭ ଦୀପ ପ୍ରଜ୍ୱଳନ ଦ୍ୱାରା ହିଁ ହୋଇଥାଏ ।
ତେବେ ଧର୍ମ ମାସ କାର୍ତ୍ତିକର ଅମାବାସ୍ୟାରେ ଗୃହ, ଦେବାଳୟ ଆଦିକୁ ଦୀପାଲୋକରେ ସୁସଜ୍ଜିତ କରିବା ପୂର୍ବକ ଆଲୋକ ଓ ଆନନ୍ଦର ମହାନୁଭବତାରେ ଭକ୍ତ ଉଦବୁଦ୍ଧ ହୋଇଥାଏ । ଆର୍ୟ୍ୟଋଷିଙ୍କ ମତରେ ଏହି ପୂର୍ଣ୍ଣ୍ୟକାଳ ମଧ୍ୟରେ ପିତୃଗଣଙ୍କ ଶ୍ରାଦ୍ଧ ନିମିତ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ । ସୂର୍ୟ୍ୟ କନ୍ୟାରାଶିକୁ ଗମନ ପୂର୍ବକ ଚନ୍ଦ୍ରଙ୍କ ସହିତ ମିଳିତ ହେବାର ମସୟଠାରୁ ଅର୍ଥାତ ମହାଳୟାଠାରୁ ପୃଥିବୀ ପିତୃଲୋକର ନିକଟବର୍ତ୍ତି ହୋଇଥାଏ ଓ ଦିବଂଗତ ମିତୃପିତୃଗଣ ସୂକ୍ଷ୍ମ ଶରୀରରେ ଚନ୍ଦ୍ରାଲୋକର ଉଦ୍ଧ୍ୱର୍ସ୍ଥିତ ପିତୃଲୋକରେ ନିକଟବର୍ତ୍ତୀ ହୋଇଥାଏ । ଏହି ସମୟରେ ପୂର୍ବପୁରୁଷ ଅଶରୀରୀ ଭାବରେ ଧରାପୃଷ୍ଠକୁ ଅବତରଣ କରିଥାଆନ୍ତି ।
ତେବେ ପରଲୋକଗତ ପୂର୍ବାସୁରୀଙ୍କର ଶୁଭ ଆଗମନର ସାମ୍ମାନାର୍ଥେ ଶାସ୍ତ୍ର ବିଧିରେ ମହାଳୟ, ଶ୍ରାଦ୍ଧାନୁଷ୍ଠାନ ଓ ପିଣ୍ଡଦାନ ପରେ ଦୀପାବଳି ଅମାବାସ୍ୟାରେ ପୟା ଶ୍ରାଦ୍ଧ ସଂପନ୍ନ ପୂର୍ବକ ପିତୃଗଣଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଏ । ବେଦାତୀତ ପିତୃମାତୃଗଣ, ସନକାଦି ସପ୍ତ ମନୁଷ୍ୟ, ଭୂତ, ପ୍ରେତ, ରାକ୍ଷସ, ଯକ୍ଷ, ପିଶାଚ, ନଦୀ, ପର୍ବତ, ବୃକ୍ଷ ଲତା, ପର, ଅପର ସମସ୍ତଙ୍କ ଉଦେ୍ଧଶ୍ୟରେ ସମଷ୍ଟି ପଦାର୍ଥ ସହ ପ୍ରଜ୍ୱଳିତ ଦୀପଦାନ କରାଯାଇଥାଏ । ଏହା ହେଉଛି ପୂର୍ବସୂରୀ ସ୍ମରଣର ଏହା ଏକ ମହାନ ପରମ୍ପରା ।




admin 